STORYMIRROR

Bharati Bhusan Das

Inspirational

4  

Bharati Bhusan Das

Inspirational

ନାରୀ ତୁହି ବନ୍ଦନୀୟା

ନାରୀ ତୁହି ବନ୍ଦନୀୟା

1 min
18


ଜଗତରେ ନାରୀ....... ତୁହି ବନ୍ଦନୀୟା....

ତୋର ମମତା ର.... ନାହିଁ ଯେ ତୁଳନା....

ମାଆ ଭଗ୍ନୀ ଜାୟା..... ପ୍ରକୃତି ସ୍ୱରୂପା.......

ତୋର ଆଶୀର୍ବାଦେ..... ଜଗତ କଳ୍ପନା.......

        ନାରୀ ତୁହି.... ସଦା..... ବନ୍ଦନୀୟା....

ନାରୀ ତୁହି...... ସଦା ବନ୍ଦନୀୟା....... 🙏

    କେତେ ରୂପ ତୋର କଳ୍ପ........

          ଦେଖୁଥାଏ ନେତ୍ର.......

ମିତ୍ରତା ର ପଣତ ରେ........ଜୀବନ ର ବ୍ରତ.....

     ସଂସାର ରେ...... ତୋର ମୂର୍ତ୍ତି.....

           ହୃଦୟେ ଭରିଛି ଶକ୍ତି.......

ନାରୀ ତୁହି....... ଅଟୁ ବନ୍ଦନୀୟା.....

      ନାରୀ ତୁହି...... ସଦା ବନ୍ଦନୀୟା....... 🙏

ତୋ ପାଖରେ ପ୍ରୀତି ଧାରା.......

         ମମତା ବନ୍ଧନ.......

ସୁବାସିତ ମଧୁ ଝରା..... ଅମୃତ ଜୀବନ.....

  ତୁହି ପ୍ରେମମୟୀ ଶକ୍ତି...... ପ୍ରେରଣା ଦାୟିନୀ....

ତୁହି କୃପାମୟୀ ମାତା...... ମମତା ଭଗିନୀ......

ତୁହି ଜାୟା.. ତୁହି ମାୟା..... ଜୀବନ ସଙ୍ଗିନୀ.....

ନାରୀ..... ତୁହି ବନ୍ଦନୀୟା..........

          ତୁ....... ଶକ୍ତି ସ୍ୱରୂପିଣୀ.......... 🙏

ମାଆ ର ମମତା ହୃଦ

             ଜାୟା ପ୍ରେମ ପ୍ରୀତି ଖେଦ

ଭଗିନୀ ଶ୍ରଦ୍ଧା ର ଭକ୍ତି........ ଜୀବନ ର ମୂଳ ଭେଦ

ସବୁରି ହୃଦୟେ ତୁହି...... ଶ୍ରଦ୍ଧା ସିକ୍ତ ବହି.....

  ପୂଜିତା ତୁ ବନ୍ଦନୀୟା.......ତୁ ପ୍ରେମ ମୟୀ.......

ନାରୀ ତୁହି ବନ୍ଦନୀୟା....... ମମତା ମୟୀ..... 🙏

ଯୁଗେ ଯୁଗେ କୀର୍ତ୍ତି ତୋର........ଚିର ଅମଳିନ

   କ୍ଷମା ଦୟା ତୋ ହୃଦୟେ ରହିଛି ନିପୁଣ.....

ଶକ୍ତି ମୟୀ ତୋ ସ୍ୱରୂପ........ ଅନ୍ୟାୟ ଅନୀତି

     ଦଣ୍ଡିବା ଗୁଣଟି ପୁଣି...... ରହିଛି ସ୍ୱୀକୃତି....

  ଅସାର ସଂସାର ମଧ୍ୟେ...... ତୁହି ପୂଜନୀୟା......

ତୁହି ବନ୍ଦନୀୟା ମାତା...... ତୁହି ହୃଦେ ସ୍ଥିତା......

ନାରୀ ତୁହି..... ଅଟୁ ବନ୍ଦନୀୟା........

       ନାରୀ ତୁହି........ ବନ୍ଦନୀୟା.।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational