STORYMIRROR

Bharati Bhusan Das

Fantasy

4  

Bharati Bhusan Das

Fantasy

ଖୁଦୁରୁକୁଣୀ

ଖୁଦୁରୁକୁଣୀ

1 min
16


ଅତି ଅଲିଅଳି ସାଧବ ଦୁଲାଳୀ

   ସାତଭାଇ ଗଳାମାଳୀ......

ତଅପୋଇ ନାମ କୁମାରୀ ବାଳିକା

      ଚନ୍ଦମୁଖୀ ପୁଷ୍ପ କଳି.......।

ଧନେଶ୍ୱର ସାଧବ ର କନ୍ୟା ରତ୍ନ

     ଶକୁନ୍ତଳା ଗଳା ମଣି......

ସାତ ଭାଇଙ୍କ ର ନୟନ ପୀତ୍ତୁଳା

      ତଅପୋଇ ରତ୍ନ ମଣି.......।

ବାଣିଜ୍ୟେ ବସତି ସାଧବ ଙ୍କ ନୀତି

     ସାତ ସମୁଦର ପାରି........

ସାତ ଭାଇ ସାତ ସମୁଦ୍ର କୁ ପାରି

       କୌଳିକ ବୃତ୍ତି ଆଦରି.......।

ସୁଖ ସଂସାର ରେ ଦୁଃଖ ଭରିଯାଏ

      କାନକୁହା କଥା ଯେ ଶୁଣଇ ଭଲେ

ଛିଦ୍ର ରଚି ଯେବେ ଘରକୁ ଭାଙ୍ଗିବ

       ମନ୍ଦିର ଟି ବନ୍ଧୁ ଶ୍ମଶାନ ତୁଲେ।

ସାତ ଭାଉଜ ଙ୍କ ଅଲିଅଳି ଥିଲା

      ସୁକୁମାରୀ ତଅପୋଇ.....  

ନିଷ୍ଠୁର ନିୟତି ଦାଉ ସାଧିଲା ଯେ

       ବନସ୍ତେ କାଟିଲା ରାତି.........।

ଘରମଣି ବୋଲି ଛେଳି ଟିଏ ଥିଲା

       ବଡ଼ ବୋହୁ ସୌଦାଗରେ

ହଜିଲା ବନସ୍ତେ ଘରମଣି ଯେବେ

        ତଅପୋଇ ବନସ୍ତରେ.......।

ବାଜପୁର ନାମ ବନସ୍ତ ନିକଟେ

       ନଦୀ ପଠା ଉପକୂଳେ ......

ମା ମଙ୍ଗଳା ଙ୍କ ପୂଜା ଶୁଣି ଡାକେ

      ତଅପୋଇ ଯେ ଆକୁଳେ।

ଖୁଦ...... ରଙ୍କୁଣୀ ସେ...... ମଙ୍ଗଳା ଲୋ ମାତେ

          ଦୁଃଖ ହରିନେବୁ ମୋର.........

ଫେରେଇ ଆଣିବୁ...... ମୋ ସାତ ଭାଇଙ୍କୁ

     ଶରଣ ତୋ ପାଦେ...... ଗୁହାରୀ ମୋର....

        ଅଲିଅଳି ଥିଲି.....ସାଧବ ଘରର

      ଭାଗ୍ୟ ନସହିଲା ମାତ ଗୁଣେ ...........

ବାପାଙ୍କୁ ଖାଇଲି..... ମାଆ କୁ ଖାଇଲି......

        ଚାନ୍ଦ ଗଢିବାକୁ... ଅଝଟ ପଣେ......

ଘରମଣୀ ମୋର କେଉଁଠି ହଜିଲା

       ବନସ୍ତେ ଖୋଜୁଛି ମୁଇଁ........

   ମନାସୁଛି ମାଗୋ...... ତୋ ମନ୍ଦିର ରେ......

        ସାହା ହୁଅ କଲ୍ୟାଣ ମୟୀ...........🙏

ପୁରିଲା ମନ ବାଞ୍ଛା....... ସକଳ ଭାବ ଇଛା

       ଭରିଲା ସାଧବ ଘରଟି.......

ଦୋଷ ଯୁକ୍ତା ସମେତ.... ନାସା କଟିଲା ସତ.....

     ଖୁଦୁରୁକୁଣୀ ଓଷା...... ନାମଟି......

         ମାଆ ଲୋ ମଙ୍ଗଳା.......

                  ସାହା ହୋଇଥିବୁ......

        ରହିଥିବ ସଂସାରେ...... କଥାଟି...... ✍️



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy