STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ନୀରବତା

ନୀରବତା

1 min
20


ନୀରବତା

        ନିର୍ଜନ ଇଲାକାରେ

ଅନେକ ଥର ଖୋଜିଛି

       ପଚାରିବାକୁ ପ୍ରଶ୍ନ ଟିଏ

     ଭଲ ପାଇବାର ସୀମା ସରହଦ ଭିତରେ

ନୀରବତାର ସ୍ୱପ୍ନିଳ ସମ୍ପର୍କକୁ ପରଖି ନିରେଖି

   ଆଖିରେ ଅନେକ ସ୍ବପ୍ନର ତରଙ୍ଗ ଭରି

ତରଙ୍ଗାୟିତ ହୃଦୟର କାମନା ବାସନା

 ସବୁ କିଛି ଖୁବ୍

      ନିରୋଳାରେ.. ନୀରବରେ ଏକାନ୍ତରେ।


ନିର୍ଜନତା ଖୁବ ଜୋର ରେ...... ଆଘାତ କରୁଥାନ୍ତି

     ହୃଦୟ ର......... ପ୍ରତିଟି ସ୍ପନ୍ଦନ

ଭାବନାର ଚଉରାଶି ଅଳୀକ ଜୀବନ

ପୁଣି କେଉଁ ଏକ ଭାବନାରେ

     ଫେରି ଯାଉଥାନ୍ତି........ ନୀରବରେ

ପଚାରିବାକୁ ଅତୀତକୁ

     ନୀରବତାର କାରଣ ରହସ୍ୟ

    ଏକାନ୍ତ ରେ.....ବିଜନତା କୁ ସାଉଁଟି ସାଉଁଟି।


ଖୁବ୍ ଭଲ ଲାଗେ....... ଏକାନ୍ତରେ କିଛି

        ସାଇତି ନେବା ପାଇଁ

ଗୁନ୍ଥି ଦେବା ପାଇଁ ସ୍ମୃତି ର..... ମାଳ ଟିଏ

      ନାନା ଜାତି ନାନା କିସମର

ରୂପ ଗୁଣ ମାଧୁର୍ଯ୍ୟର ସୌରଭରେ ଦ୍ବିଗୁଣିତ କରି

ଅଭୁଲା......ଅଲିଭା..... ପରଶରେ

     ମତୁଆଲା ହେବାକୁ ପୁଣି ଥରେ

ମହୁଲି ମହୁଲି ମାଦକତାରେ........

   ନିବିଡ଼ତାର ବନ୍ଧନରେ........

        ଖୁବ୍ ଏକାନ୍ତରେ............।


ଆଖି ମିଟିକା ମାରୁଥାନ୍ତି

      ଆକାଶର ତାରା ମାନେ

ଜହ୍ନ ଦେଖୁଥାଏ..... ଲୁଚି ଲୁଚି.......

     ଅମାନିଆ ଚଢେଇ...... ନିସ୍ତବ୍ଦ ଅନ୍ଧାରକୁ

           ଆନମନା କରିଦିଏ.......

ଡେଣା ଝାଡ଼ି...... ଗଛ ଉହାଡ଼ ରୁ

ଭାଙ୍ଗିଯାଏ ସ୍ବପ୍ନ ନୀରବ ମନରେ

      ନୀରବତା ହଜିଯାଏ ଦୂରେ।


ସ୍ବପ୍ନ ହଜିଯାଏ......

      ପ୍ରଶ୍ନ ବି ହଜିଯାଏ........

ନୀରବରେ ଫେରିବାକୁ ହୁଏ.......

         ପୁଣି ଏକ...... ସମ୍ଭାବନା ନେଇ........

ଏକାନ୍ତ ବିଜନ ମୁହୂର୍ତ୍ତକୁ ଆଲିଙ୍ଗନ କରି

   ଏ ନୀରବତା କାହିଁକି..... ଆଉ କଣ ପାଇଁ.....।

ଏଇତ ଜୀବନ........ ଅସୁମାରୀ ସ୍ବପ୍ନର

           ଇଲାକାରେ ବଞ୍ଚିଥିବା

   ବାଟୋଇ ର..... ଅନ୍ତର ରେ.....

       ଆବେଗ ପୂର୍ଣ୍ଣ ଭାବନା କୁ ନେଇ.....

ନିର୍ଜନ ଇଲାକାରେ ପଚାରିବାକୁ ପ୍ରଶ୍ନ ଟିଏ

      ନୀରବତା......

ତୁମେ କଣ ସେଇ ହଜିଲା ବାଟୋଇ.....?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract