STORYMIRROR

Bharati Bhusan Das

Fantasy

4  

Bharati Bhusan Das

Fantasy

କାଶତଣ୍ଡୀ ର ବିଚାର

କାଶତଣ୍ଡୀ ର ବିଚାର

1 min
17


ତୁମ ଆସିବାର ଖବର 

ଏଇ ପରା କାଶତଣ୍ଡୀ ର

    ଖିଲି ଖିଲି ହସ 

ସମୀର ସାଥିରେ ଖୁସି ବାଣ୍ଟି ବାଣ୍ଟି 

    ମୁଖେ ତା ମଧୁର ଭାଷ 

ମାଆ ତୁମେ ଆସିବ ବୋଲି 

   ଧବଳ ଚାଦର ଘୋଡେଇ ଅପେକ୍ଷା 

      କରିଛି ସେ ବ୍ରତ ବାର।

ତୁମ ଆସିବାର ମଙ୍ଗଳ ମହୁରୀ 

ବାଜିଲାଣି ସଭିଁ କାନେ 

ନଈ ପଠା ଆମ୍ବ ବଗିଚାରେ କେତେ 

ଆମ୍ବ ଡାଳ ଭାଙ୍ଗି ଘେନେ 

ପୂଜିବାକୁ ସଜା ଏରୁଣ୍ଡି ମୁଣ୍ଡରେ 

ଗୁରୁଣ୍ଡୁଛି ନୂଆ ବୋହୂ 

ଅରୁଆ ଚାଉଳ ସୋଧୁଅ ଗିନାରେ 

    ରଙ୍ଗ ଛିଟିକାର ଢେଉ.......।

ଘର ସଜେଇଛି ଘରଣୀ ସବୁଠି 

ଲିପା ପୋଛା ସବୁଆଡେ 

ଚଟାଣ ରେ ଚିତା ପକାଉଛି ମାଆ 

ଆନନ୍ଦ ଉଲ୍ଲାସ ବାଢେ 

ନାନା ଜାତି ଫୁଲ ସଜେଇ ପିଲାଏ 

ବସିଥାନ୍ତି ନବ ବେଶେ 

ମାଆ ଆସୁଛନ୍ତି ଏ ଧରା ପୃଷ୍ଠକୁ 

   ନବ ଦିନାତ୍ମକ ବେଶେ।

ତୁମ ଆସିବାର ପଥ ଯେ ଉନ୍ମୁକ୍ତ 

କାଶତଣ୍ଡୀ ଗାଇଲାଣି 

ଆମ୍ବ ଡାଳେ ବସି କୋଇଲି ବସନ୍ତ 

କୁହୁ କୁହୁ କହିଲାଣି।

ସବୁଠି ପ୍ରତିମା ଗଢ଼ା ହୋଇଲାଣି 

ସାହି ଛକ ଗାଁ ବସ୍ତି 

ଲାଗିଲାଣି ଭିଡ଼ ସହରେ ହାଟରେ 

ଚାଲିଛି ମଉଜ ମସ୍ତି।

ଆଲୋକ ର ଖୁଣ୍ଟ ଭଳିକି ଭଳିକି 

ରୋଷଣି ନାଗରା ବାଜେ 

ମାଆ ତୁମେ ଆସୁଛ ବୋଲି 

ଧରଣୀ ଅମୃତ ଖଞ୍ଜେ।

ଆସ ମାଆ ଆମେ ଅପେକ୍ଷା କରିଛୁ 

କୋଳେଇ ନେବ ସଂସାର 

ମାଆ ତୁମେ ଆସିବ ବୋଲି 

କାଶତଣ୍ଡୀ ର ଏ ବିଚାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy