ଗୁରବେ ନମଃ
ଗୁରବେ ନମଃ


ଚରାଚର ବିଶ୍ୱ ଜଗତେ
ଗୁରୁ ସଦା ପୂଜିତ
ଦୁଃଖ ଅପ୍ରମିତ ଜୀବନେ
ସଦା ହୃଦେ ବନ୍ଦିତ।
ଅସୀମ ସାହସ ଶକତି
ଗୁରୁଙ୍କର ପୟରେ
ଆଲୋକ ବର୍ତ୍ତିକା ଅଟନ୍ତି
ଏହି ଧରା ପୃଷ୍ଠରେ।
ଚତୁର୍ଯୁଗେ ଗୁରୁ ଶିଷ୍ୟ ଙ୍କ
ରହିଅଛି ଯେ କୀର୍ତ୍ତି
ଦିବ୍ୟ ପୁରୁଷ ସେ ପ୍ରମାଣ
ଅଟନ୍ତି ଦିବ୍ୟ ମୂର୍ତ୍ତି।
ଗୁରୁ ବିନା କେବେ ସାର୍ଥକ
ନୁହେଁ ଏହି ଜୀବନ
ସଦ ଗୁରୁ ସାନ୍ନିଧ୍ୟ ଲଭିଲେ
ମିଳେ ଦିବ୍ୟ ଦର୍ଶନ।
ଦେବତା ମାନବ ଦାନବ
ସର୍ବେ ଗୁରୁ ଆଶ୍ରିତ
ପୁରାଣ ଦର୍ଶନ ଶାସ୍ତ୍ର ରେ
ସ୍ୱର୍ଣ୍ଣାକ୍ଷରେ ଲିଖିତ।
ବୃହସ୍ପତି ଶୁକ୍ରାଚାର୍ଯ୍ୟ ଯେ
ସନ୍ଦୀପନି ଭାର୍ଗବ
ଭୃଗୁ ଧୌମ୍ୟ କୌଣ୍ୟ ମାର୍କଣ୍ଡ
ଆଦି ନାମ ସୌରଭ।
ଦ୍ରୋଣ କୃପା ପୁଣି ବଶିଷ୍ଠ
ଆଦି ଗୁରୁ ମହିମା
ଗୁରୁ କୁଳ ଆଶ୍ରମେ ଯଥା
ରହିଅଛି ଗରିମା।
ଶିଷ୍ୟର ଗରିମା ଗୁରୁଙ୍କ
ପୟର ରେ ଶୋଭିତ
ଏକଲବ୍ୟ ପୁଣି ଆରୁଣୀ
ଉପମନ୍ୟୁ କଥିତ।
ଭାରତ ବର୍ଷ ର କଥନ
ଶାସ୍ତ୍ରଗତ ଲିଖିତ
ଗୁରୁକୁଳ ଇତିହାସ କୁ
କରିଅଛି ଜୀବନ୍ତ।
ଅଜ୍ଞାନ ରୂପକ ତିମିର
ଛାୟା ଭରୁଛି ଆଜ
କାୟା ବିଛେଇଛି ମାୟାରେ
ପଥ ହୁଏ ବିଭାଜ୍ୟ।
ଶୂନ୍ୟ ସିନା ହୁଏ ଭାଜ୍ୟ ଟି
ନୁହେଁ ଭାଜକ ବନ୍ଧୁ
ଭାଗଫଳ କେତେ କହିବା
ଭାଗଶେଷ ରେ ବିନ୍ଦୁ।
ବିଚାର ବିଚାର୍ଯ୍ୟ ଆଜ ଯେ
ହେବ କେ ବାର୍ତ୍ତାବହ
ଦିବ୍ୟ ପଥ ଗୁରୁ ଦେଖାଅ
ତୁମ ଶରଣେ ବାହ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଟି
ତିନି ଶୂନ ଅଟଇ
ଶୂନ ମଧ୍ୟେ ଶୂନ୍ୟ ବିଚାର
ଶୂନ୍ୟ ହୃଦେ ମଣଇ।
ଆଶ୍ରିତ ହେବାକୁ ଧ୍ୟାୟିତ
ବନ୍ଦେ ଗୁରୁ ଦେବାୟଃ
ତସ୍ମୈ ଶ୍ରୀ ଗୁରବେ ନମଃ
ବନ୍ଦେ ଶ୍ରୀ ଜଗନ୍ନାଥାୟ।