ଜନ୍ମାଷ୍ଟମୀ ଏବେ ଆସିଲା
ଜନ୍ମାଷ୍ଟମୀ ଏବେ ଆସିଲା
ଜନ୍ମାଷ୍ଟମୀ ଏବେ ଆସିଲା
ଆସ ଆସରେ ଭାଇ l
ଖବର ପଠାଇ ଅଛନ୍ତି ଆମ
ଯଶୋଦା ଦେଈ ll
ଗୋପପୁରେ ନନ୍ଦ ଉତ୍ସବ
ଜାତ ନନ୍ଦ ନନ୍ଦନ l
ଉଠୁଛି ପଡ଼ୁଛି ଆନନ୍ଦେ
ଆଜି ନନ୍ଦ ଭବନ ll
ବାଜେ ସିଙ୍ଗା ବେଣୁ ବଇଁଶୀ
ସଜ ଦିବ୍ୟ କଳସ l
ମଙ୍ଗଳ ମହୁରୀ ବାଜଇ
ଶୁଭେ ଶଙ୍ଖ ନିର୍ଘୋଷ ll
ସର୍ବ ଦେବାଦେବୀ ଆସିଣ
ବ୍ରଜେ ହେଲେଣି ରୁଣ୍ଡ l
ଗହଳିରେ ଫାଟି ପଡ଼ୁଛି
ଭାଇ ବରଜ ଦାଣ୍ଡ ll
ଖିରି ସରପୁଳି ନବାତ
ନନ୍ଦରାଣୀ ଯଶୋଦା l
ବାଢ଼ି ରଖିଛନ୍ତି ମନରେ
ବହି କେଡ଼େ ଶରଧା ll
ବ୍ରାହ୍ମଣଙ୍କୁ ଦାନ ସୁବର୍ଣ୍ଣ
ହାତୀ ଘୋଡ଼ା ପାଲିକି l
ଚାଲ ଚାଲ ଯିବା ନ ଥିବ
ଆଉ ପୁଣି କାଲିକି ll
କୁଆଁରାବ ଶୁଭେ ମଥୁରା
କଂସର ବନ୍ଦୀ ଘରେ l
ଜନମିଲେ ମାଆ ଅମ୍ବିକା
ଦେବକୀଙ୍କ କୋଳରେ ll
କୃଷ୍ଣଙ୍କୁ ଝୁଲାନ୍ତି ତରୁଣୀ
ସର୍ଵ ଗୋପ ଗୁଆଳୀ l
ମନ ରଙ୍କା ବଙ୍କା କରିବା
ପ୍ରେମେ ମାରିଣ ତାଳି ll
କୃଷ୍ଣହସ୍ତେ ଦେବା ଧରାଇ
ସୁନା ବେଣ୍ଟ ବଇଁଶୀ l
ବ୍ରହ୍ମା ଗଢ଼ିଥିଲେ ଯାହାକୁ
ଯୁଗ ଯୁଗ ଭରସି ll
ଯମୁନା ଜଳରେ ସ୍ନାହାନ
ପାନ ଯମୁନା ଜଳ l
ରାଧାକୁଣ୍ଡ ଶ୍ୟାମ କୁଣ୍ଡରେ
ଯିବ ପାପ ପଖାଳ ll
ଜୟ ଜୟ ଜୟ ଶ୍ରୀକୃଷ୍ଣ
ଆହେ ଜଗତ ଗୁରୁ l
ବାଞ୍ଛା ପୁରାଇବ ପ୍ରଭୁହେ
ମୋ ବାଞ୍ଛା କଳ୍ପତରୁ ll