STORYMIRROR

Kalandi pal

Inspirational

3  

Kalandi pal

Inspirational

ଭଣଜା ଲଭୁଛି ଗର୍ବ

ଭଣଜା ଲଭୁଛି ଗର୍ବ

1 min
180


ମାଆ ଦେଖାଉଛି     ପୁଅକୁ କହୁଛି

    ଜହ୍ନ ମାମୁଁ କେତେ ଦୂରେ

ପୁଅ କହେ ଧିରେ  ନାହିଁ ମାଆ ଦୁରେ

    ମାମୁଁ ହାତ ପାହାନ୍ତାରେ ।।


ମନ୍ଦାର ମାଳିନୀ    ବୀର ପ୍ରସବିନୀ

    ଏଇ ମୋ ଭାରତ ମାତା

କୋଳେଇ ଧରିଛି କେତେ ଗୁଣି ଜ୍ଞାନୀ

    ଜଗତେ ଦିଅନ୍ତି ବାର୍ତ୍ତା ।।


ଭାରତ ସଂସ୍କୃତି     ଜଗତର ଖ୍ୟାତି

      ବିଜ୍ଞାନର ମୂଳମନ୍ତ୍ର

ମାମୁଁ ବୋଲି ଯାରେ ଦେଖାଅ ତାହାରେ

     ଆମେ ଥାପିଲୁଣି ପାଦ ।।


ଭାରତର ଟେକ    ରଖିଗଲା ଦେଖ

    ଇସ୍ରୋ ବୈଜ୍ଞାନିକ ଦାନ

ଚନ୍ଦ୍ରଯାନ ତିନି    ଲେଖିଦେଲା ପୁଣି

     ବିଶ୍ବରେ ଚତୁର୍ଥ ସ୍ଥାନ ।।


ପୃଥିବୀର ଭ୍ରାତା  ସେ ଚନ୍ଦ୍ର ଦେବତା

     ଡାକୁଛନ୍ତି ମାମୁଁ ସର୍ବ

ମାମୁଁ ଘରେ ଆଜି   ଚନ୍ଦ୍ରଯାନ ସାଜି

      ଭଣଜା ଲଭୁଛି ଗର୍ବ ।।


ଋଷ ଆମେରିକା   ଚାଇନା ପରିକା

    ଭାରତ ଲଭେ ସୁନାମ

ବିଶ୍ଵ ଇତିହାସେ  ନାମ ଲେଖି ବସେ

     ଭାରତର ଚନ୍ଦ୍ରଯାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational