Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ଦୋଷାବହ ଦୋଷ

ଦୋଷାବହ ଦୋଷ

3 mins
329


ସମସ୍ୟା ଘେରରେ ଏ ଜୀବନ

ବଞ୍ଚିବାକୁ ହେଲେ ସଙ୍ଘର୍ଷ

ଅକସ୍ମାତ୍ ବିପଦ ଓ ଚଳନ୍ତି ସମସ୍ୟା

ଚିନ୍ତା କଲେ ହେବ ନି, ଦୃଢ଼ ହେବାକୁ ହେବ

ସମାଧାନର ରାସ୍ତା ଦେଖାଯିବ

ସାହସ , ନିଷ୍ଟା ଓ ଧୈର୍ଯ୍ୟ ଆବଶ୍ୟକ

ସମସ୍ୟା ପାଖରେ ହିଁ ସମାଧାନ

ଠିକ୍ ବୀଜ ଗଣିତ , ତ୍ରିକୋଣମିତୀ ପରି

ଏଲ୍ ହେଚ୍ ଏସ୍ = ଆର୍.ହେଚ୍. ଏସ୍

ସମାଧାନ କରିପାରିଲେ ହେଲା, ସୁତ୍ର ଅଛି

ଗଣିତ ସାର୍ ଙ୍କୁ ହିଁ ଜଣା,ତାଙ୍କୁ ହିଁ ଖୋଜିବା ।

ଜ୍ୟୋତିଷ କହିବ ଗ୍ରହ ର କରାମତି

ହେଲେ,ସମାଧାନ ଅଛି

ହୋମ, ପୂଜା, ରତ୍ନ ଧାରଣ,ତୈଳ ଦାନ

ଯଥା ବିଧି ଅନୁସାରେ ବ୍ରାହ୍ମଣ ଭୋଜନ

ସବୁ ଦୁଃଖ ଓ ବିପଦ ଖଣ୍ଡନ ନିଶ୍ଚିତ !

ଏଇଠି ପ୍ରଶ୍ନ ଉଠୁଛି  ???

ଏ ଗ୍ରହ ମାନଙ୍କର କଣ କିଛି କାମ ନାହିଁ??

ପିଲା ମାଇପ କଥା ତ ବୁଝୁ ଥିବେ??

କେମିତି ସମୟ ମିଳୁଛି ଅନିଷ୍ଟ କରିବାକୁ ?

ଗ୍ରହ ରାଇଜ ଛାଡ଼ି ମର୍ତ୍ତ୍ୟରେ ଚକ୍ରାନ୍ତ ??

ନା, ଏ ଜ୍ୟୋତିଷ କଥା ଠିକ୍ ଲାଗୁନି !

ବାହା ଘର ହେଇ ପାରୁନି,ବୟସ ଗଡି ଯାଉଛି !

ବାହା ହେଲା ପରେ, ପିଲା ହେଉନି

ପଇସା ଧାର ନେଇ ଆଉ ଦେବାର ନାଁ ଧରୁ ନାହିଁ !

କେତେ ଡାକ୍ତର ଦେଖିଲେଣି, ରୋଗ ଭଲ ହେଉନି 

ପିଲାର ପାଠ ମନେ ରହୁନାହିଁ

ଜମିରେ ଅମଳ ଭଲ ହେଉ ନାହିଁ

ରାତି ସାରା ଜାଲ ପକାଇଲେ ବି ମାଛ ପଡୁ ନାହିଁ

ବିହନ ବୁଣିଲେ ବି ଗଜା ହେଉନି

ଏ ସବୁ ସମସ୍ୟା ପାଇଁ କଣ ଗ୍ରହ ମାନେ ଦାୟୀ?

ଆଗରୁ ହେଇଥିବ ! ଆଜି କାଲି ଚାନ୍ସ ନାହିଁ

ଯିଏ ବୁଝି ନ ପାରିଲା, ଜ୍ୟୋତିଷ ବୁଝାଇ ଦେବ !

କିନ୍ତୁ ନିଜକୁ ପ୍ରଥମେ ବୁଝିବା ଦରକାର 

ନାନା ମୁନିଙ୍କ ନାନା ମତ୍ତ , ଏ କଥା ସତ

ସତ,ହେଲେ ଠିକ୍ ମୁନିଙ୍କ ମତ୍ତ ଲୋଡା

ଦେହ ଖରାପ ହେଲେ ଡାକ୍ତର - ମୁନି

ପିଲା ନ ହେଲେ ବି ଠିକ୍ ମୁନିକୁ ଖୋଜିବା

ବୁଦ୍ଧିମତ୍ତା ର ପରିଚୟ

ସ୍ବାମୀ ଓ ସ୍ତ୍ରୀ ଅଲଗା ଅଲଗା ରହିଲେ

କଣ ଗ୍ରହ ପିଲା କରାଇ ଦେବ ?

ହଁ,ଆଜିକାଲି ବହୁତ ଗ୍ରହ ବୁଲୁଛନ୍ତି !

ଯଦି ଠିକ୍ ମୁନିଙ୍କ ପରାମର୍ଶ ନ ଥିବ

ଏ ବୁଲା ଗ୍ରହ ଘାଣ୍ଟିବେ,ଯଦି ସୁଯୋଗ ମିଳେ !

ପିତୃ ପୁରୁଷ ,ପିତୃ ମହିଳା ବି ଥିବେ !

ସବୁବେଳେ ପିଲାଙ୍କର ମଙ୍ଗଳ ଚାହାନ୍ତି

ଇହ କାଳ ଓ ପର କାଳରେ

ଦୋଷ ଆସିବ କୁଆଡୁ ?

ପିତୃ ଦୋଷ ପାଇଁ ଉନ୍ନତି ହେଉନି

ଶାନ୍ତି କରେଇବାକୁ ହେବ,ଦାନ ଓ ଦକ୍ଷିଣା

ଆବାହନ,ଆମନ୍ତ୍ରଣ ପୂର୍ବକ ପିଣ୍ଡ ଦାନ

ସକ୍ଷମ ଅନୁଯାୟୀ ବ୍ରାହ୍ମଣ ଭୋଜନ

ପିତୃ ପୁରୁଷ ଶାନ୍ତି ହେଲେ କି ନାହିଁ, ଜାଣି ହେବ ନି

କିନ୍ତୁ ଶାନ୍ତି କାମ ହାତକୁ ନେଇଥିବା ଜ୍ୟୋତିଷ

ଫୁଲ୍ଲ୍ ବୋବାଲ୍, ପେଟରୁ ଶାନ୍ତି ହାକୁଟି !

ବାସ୍ତୁ ର ରାଜୁତି ଆଜିକାଲି ଦବେଇ କି

ଫୁଲ୍ ଦମ୍ ରେ ଶାସନ ଚାଲିଛି

ସେଇ ଜାଗା,ସେଇ ଘର ଥିଲା ଓ ଅଛି

ଜୀବନ ରେ ସମସ୍ୟା ଆସିଲେ, ଘର କଣ ଦାୟୀ !

ନା, ନା, ଯେଉଁ ଘର ଅଳ୍ପ ଦିନ ହେଲା ହେଇଛି

ଆଉ ସେଠାରେ ଗୃହକର୍ତା ରହୁଛି

ସେ ଘର ର ଦୋଷ, ବାସ୍ତୁ ଭୁଲ୍ ଥାଇ ନିର୍ମାଣ

ଠିକ୍ କୋଣରେ ଠିକ୍ ବଖରା ହେଇନି

ଝଗଡ଼ା ହେଉଛି ବଖରା ମାନଙ୍କର

କିଚେନ୍ ବଖରା ଡ୍ରଇଂ ରୁମ୍ ସହିତ ପଡୁନି

ସବୁଦିନ ପାଟିତୁଣ୍ଡ, ସମାଧାନ ବି ଅଛି

ଭଙ୍ଗା ଭାଙ୍ଗି ଜମାରୁ କରିବା ମନା

ପିରାମିଡ୍, ଫେଙ୍ଗ୍ ସୁଇ, ଧାତୁ କଇଁଚ

ଦର୍ପଣ ଓ ଘୋଡ଼ା ନାଲ ସଂଗ୍ରହ ହେବ

ଯେଉଁଠି ଦୋଷ ଥାଉ,ଘରେ ରହିଲେ ଶାନ୍ତି !

ପରିବାର ରେ ଅଶାନ୍ତି, ଅଫିସ୍ ରେ ହଇରାଣ

ଆଇନ ବି ଅଛି, ପରାମର୍ଶ ପାଇଁ ଓକିଲ

ଆଇନ କଣ ଅଛି, ସେଇଟା ଓକିଲ ର କାମ

କିନ୍ତୁ ଓକିଲ ତା ଆଇନ କଥା ପ୍ରଥମେ କହିବ

ପିଟିସନ୍ ପାଇଁ ଖର୍ଚ୍ଚ, ଗୁମସ୍ତା ଖର୍ଚ୍ଚ ସହିତ

ଠିକ୍ ନ୍ୟାୟ ମିଳିବ, ଡେରି ହେଇ ପାରେ !

ତଳ କୋର୍ଟ ବିଚାରଣ ସପକ୍ଷ ରେ ନ ହେଲେ

ହାଇ କୋର୍ଟ, ଶେଷରେ ସୁପ୍ରିମ କୋର୍ଟ

ହାତ କୁ ନେଇଛି ମାନେ,କୋର୍ଟ ତା କାମ କରିବ !

ସବୁ ଦୋଷ ର କାରଣ ଖୋଜିବ

ପିଲା ନ ହେବାରେ କାହାର ହାତ

ବାସ୍ତୁ ଦୋଷ ମଣିଷ କୃତ କି ନାହିଁ !

ପିତୃ ପୁରୁଷ ଙ୍କ ସେ ପାରି ରୁ ଆସିଥିବା 

ଚାର୍ଜ ସିଟ୍,ଯଦି କିଛି ଅଛି

ନ ହେଲେ ବଂଶଧରଙ୍କ ବୟାନ ରେକର୍ଡ

କୁଆଡେ଼ ଯିବ, ଜୀତା ହେବ ଆମର

ଡେରି ହେଉ,କଣ ଢୋ ହେଇଯିବ ଯେ !

ଆହୁରି କେତେ କଣ

ମାଙ୍ଗଳିକ ଦୋଷ, କାଳ ସର୍ପ ଦୋଷ         

ଗଣ୍ଡ ଗଛ ଦୋଷ,ଆଗରେ ନଡ଼ିଆ,ପଛରେ କଦଳି

ଜୀବ ହତ୍ୟା ଦୋଷ,ମାରି ଖାଇଲେ ଦୋଷ ଫ୍ରୀ

ପ୍ରତାରଣା ଦୋଷ,ଭଲ ପାଇ ଭିଡ଼ିକି ରଖିଲେ ଫ୍ରି

ସବୁ ଦୋଷ ନିବାରଣ ପାଇଁ ଉପାୟ ବି ଅଛି

ଗ୍ୟାରେଣ୍ଟି ନାହିଁ,କିନ୍ତୁ ଉପାୟ ପାଇଁ ଡିମାଣ୍ଡ

ପୁରୁଣା ଦୋଷ ଜଣା ଶୁଣା

ବନ୍ଧ୍ୟା ଦୋଷ, ଗ୍ରହ ଦୋଷ,ପିତୃ ଦୋଷ 

ନୂଆ ଦୋଷ, ଦୋଷାବହ ଙ୍କୁ ହିଁ ଜଣା

ଓଃ ହଃ,ଶୁଣି ଶୁଣି ମୁଣ୍ଡ ଟିଣ

ଆଉ ଢୋ ଢୋ କଣ କରିବ ?

ଚାରିଆଡେ, ଚାରିପଟେ ଖାଲି ଦୋଷ ଓ ଦୋଷ

ନୂଆ ଉପାୟ, ଚାଲ ଦୋଷ କୁ ଢୋ କରିଦେବା

ଦୋଷ ବି ବିନାଶ, .... ଢୋ ବି ଖୁସ୍..........।।



Rate this content
Log in

Similar oriya poem from Inspirational