(ରାଗ... ଆଶାବରୀ)
ମର୍ଯ୍ୟାଦା ପୁରୁଷୋତ୍ତମ " ପ୍ରଜାନୁରଞ୍ଜନ
ପ୍ରଜାଙ୍କ କଥାନୁଯାୟୀ " କଲେ ନିଦାନ
ସତୀ ଅସତୀ କଥାରେ" ହେଲେ ମ୍ରିୟମାଣ
କ୍ରମେ ପତ୍ନୀ ସୀତା ହେଲେ" ବନକୁ ପ୍ରେରଣ
ବନବାସ ନିର୍ବାସନ " ବିଧିର ବିଧାନ
ବାଲ୍ମିକୀଙ୍କ ଆଶ୍ରମରେ"କ୍ରମେ ଥଇଥାନ
ସୀତାଙ୍କ ଅବସ୍ଥା ଥିଲା" ଗର୍ଭରେ ସନ୍ତାନ
ଆଶ୍ରମରେ ପୁଣି ସେବା" କାର୍ଯ୍ୟେ ନିୟୋଜନ
କିଛି ଦିନ ଅନ୍ତରାଳେ"ଯମଜ ସନ୍ତାନ
ଜନ୍ମ ହେଲେ ଲବ କୁଶ" ବିଧିର ବିଧାନ
ଲବ କୁଶ ଦୁଇ ଭାଇ" ରହି ଆଶ୍ରମରେ
କ୍ରମଶଃ ଶିକ୍ଷା ଗ୍ରହଣ " ହେଲା ବି ଅଚିରେ
ଅଶ୍ଵମେଧ ଯଜ୍ଞ କ୍ରମେ " ସେହି ସମୟରେ
ବିଧିବଦ୍ଧ ଆୟୋଜନ " ଅଯୋଧ୍ୟା ନଗରେ
ଅଶ୍ଵମେଧ ଯଜ୍ଞ ଘୋଡ଼ା " ଦେଖି ଆଶ୍ରମରେ
ଲବ କୁଶ ଦୁଇ ଭାଇ" ବାନ୍ଧିଲେ ସେଠାରେ
ଯେ ପର୍ଯ୍ୟନ୍ତ ସେ ଶ୍ରୀରାମ " ନ ଆସିବେ ତହିଁ
ଏକ ସ୍ୱରେ ବ୍ୟକ୍ତ ଘୋଡ଼ା" ଛାଡ଼ିବାର ନାହିଁ
ସୈନ୍ୟବାହିନୀ ପହଞ୍ଚି " କେତେ ବୁଝାଇଲେ
କ୍ରମେ ଯୁଦ୍ଧ ରତ ସର୍ବେ" ଅଚେତ ହୋଇଲେ
ପର ମୁହୂର୍ତ୍ତରେ ଯୁଦ୍ଧ " ହେଲା ଭୟଙ୍କର
ଶ୍ରୀରାମଙ୍କ ତିନି ଭାଇ" ଯୁଦ୍ଧରେ ତତ୍ପର
ଯେଉଁ ବୀର ଲକ୍ଷ୍ମଣଙ୍କ" ବାଣ ଆଘାତରେ
ମେଘନାଦ ପରୀ ବୀର " ପରାସ୍ତ ଅଚିରେ
ଭରତଙ୍କ ବାଟୁଳି ରେ " ହନୁ ବି ଅଚେତ
ଲବ କୁଶ ସାଥେ ଲଢ଼ି " କିପରି ପରାସ୍ତ !!
ଚର୍ଚ୍ଚିତ ଖବର କ୍ରମେ " ଅଯୋଧ୍ୟା ନଗରେ
ପହଞ୍ଚିଲେ ରଘୁବୀର" ସେ ଯୁଦ୍ଧ କ୍ଷେତ୍ରରେ
ଦୁଇ ବାଳୁତଙ୍କୁ ଦେଖି " ହେଲେ ଆଚମ୍ବିତ ।
ଛାଡି ଦିଅ ସେହି ଅଶ୍ବ " କହିଲେ ତ୍ୱରିତ
ଶୁଣିଲେନି ଲବ କୁଶ "କଲେ ଘୋର ଯୁଦ୍ଧ
ଶ୍ରୀରାମ ପରାସ୍ତ ଜାଣି " ସର୍ବେ ହେଲେ ସ୍ତବ୍ଧ
ମହର୍ଷି ବାଲ୍ମିକୀ କ୍ରମେ "ସୀତାଙ୍କ ସହିତ
ସହସା ପହଞ୍ଚି ବ୍ୟକ୍ତ " ସକଳ ବୃତ୍ତାନ୍ତ
ସୀତା ସହ ଲବକୁଶ " ପ୍ରଣମି ଶ୍ରୀରାମ
ପ୍ରତିଧ୍ୱନୀ କହେ ପୁଣି " ଶ୍ରୀରାମ ଶ୍ରୀରାମ
ବାଲ୍ମିକୀ ଋଷିଙ୍କ ଦ୍ଵାରା '' ଜଳ ସିଞ୍ଚନରେ
ଅଚେତ ଥିବା ଯୋଦ୍ଧାଏ " ଉଠିଲେ ସତ୍ଵରେ
ପିତା ପୁତ୍ର ପରିଚୟ " ଅପୁର୍ବ ସେ ଦୃଶ୍ୟ
ଯୁଗ ଯୁଗ ଧରି ତାହା" ସ୍ମରଣ ଅବଶ୍ୟ