STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ତ୍ତବ୍ୟ ମାଆ ବାପା ସେବା

କର୍ତ୍ତବ୍ୟ ମାଆ ବାପା ସେବା

1 min
276


ଦେବ ଭକ୍ତି ପରି ପିତ୍ରୁ ଭକ୍ତି ଅଟେ

ଜୀବନ ଯାତ୍ରାରେ ମୋର,

ପ୍ରଭୁ ଭକ୍ତି ସଙ୍ଗେ ପିତ୍ରୁ ମାତୄ ସେବା

ଶ୍ରଦ୍ଧା ଭକ୍ତି ନିରନ୍ତର।


ଯାହା ପାଇଁ ଆଜି ଦୁନିଆ ଦେଖିଲି

ଦର୍ଶନ କରିଲି ଭୁଇଁ,

ଭାଷାର ଜ୍ୟୋତ କଲି ପ୍ରଜ୍ଜଳିତ 

ଏହୁ କର୍ତ୍ତବ୍ୟର ଭୁଇଁ।


ପ୍ରାରମ୍ଭିକ ଶିକ୍ଷା ଯାହାଠୁ ପାଇଲି

ଗୁରୁ ପ୍ରାରମ୍ଭିକ ସେହୁ,

ଭୋକକଷ୍ଟ ସହି ସନ୍ତାନ ପାଳନ୍ତି

ତାଙ୍କ ଠାରେ ଭକ୍ତି ରହୁ।


କ୍ଷଣେ ନ ଦେଖିଲେ ସନ୍ତାନେ ତାହାର

ମନ ବିଚଳିତ ଯାର,

ପ୍ରେମ ଶ୍ରଦ୍ଧା ସବୁ ସନ୍ତାନେ ଦିଅନ୍ତି

ସନ୍ତାନେ ସର୍ବୋଚ୍ଚ ତାର।


ମନବାଞା ସବୁ ସନ୍ତାନର ପାଇଁ

ସତ୍ୟ ପଥଗାମୀ ମନ୍ତ୍ର,

ନିସ୍ବାର୍ଥର କର୍ମେ ପଥିକ ହୋଇବ

ଜନସେବା ହେବ ମନ୍ତ୍ର।


ରାଷ୍ଟ୍ର ପ୍ରତି ପ୍ରେମ ଭରୁ ଥାନ୍ତି ମନେ

ରାଷ୍ଟ୍ର ହିତେ ରହୁ ମନ,

ଜନକଲ୍ୟାଣରେ ସମର୍ପଣ ଭାବ

ସନ୍ତାନର ହେଉ ମନ।


ଭୁଲି ହେବ ନାହିଁ ତାଙ୍କ ଅବଦାନ

ଜୀବନେ ଆରାଧ୍ୟ ସେହୁ

ତାଙ୍କରି ସେବାରେ ବିତୁ ଏ ଜୀବନ

କର୍ତ୍ତବ୍ୟ ଜୀବନେ ରହୁ।


ତାଙ୍କ ଅଭିଳାଷା ପୂରଣ କରିବି

କଷ୍ଟ ଆସୁ ଜୀବନରେ,

ନ ରଖିବି କେଭେଁ ନିଅଁଟ ତାଙ୍କର

ଏହୁ ଶ୍ରେଷ୍ଠ ଧର୍ମ ମୋର।


ମୋର କର୍ମପଥ ହେଉ କର୍ତ୍ତବ୍ୟର

ପିତ୍ରୁ ମାତୄ ସେବା ଯହିଁ,

ଭକ୍ତି ପଥ ମୋର କର୍ତ୍ତବ୍ୟର ପଥ

ଜନତା କଲ୍ୟାଣ ତହିଁ।


ଦେବ ଭକ୍ତି ସମ ପିତୃମାତୃ ଭକ୍ତି

ହେଉ ଜୀବନରେ ମୋର,

ପ୍ରଭୁ ଭକ୍ତି ସମ ପିତୃ ମାତୄ ସେବା

ରହୁ କର୍ତ୍ତବ୍ୟରେ ମୋର।




Rate this content
Log in

Similar oriya poem from Abstract