STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

କାଳ ତରାଟେ ଆଖି

କାଳ ତରାଟେ ଆଖି

2 mins
33

କଳି କାଳ ଶେଷ ହୋଇବ ଆଖି ତରାଟେ କାଳ

କଳ୍କୀ ରୂପ ହେବେ ଠାକୁର ଆସେ ପାଖେଇ ବେଳ।

ମାଳିକା ବଚନ ନିଇତି ଦେଖ ହେଉଛି ସତ

ସମୟ ଶୁଅ ରେ ମଣିଷ ଖୋଜି ପାଉନି କାତ।


ଚଉଦିଗେ କାଳ କରାଳ ତାର କାୟା ମେଲୁଛି

ଅକାଳରେ କେତେ ପରାଣ ନିତି ବଳି ପଡୁଛି।

ହେଉଅଛି ବଜ୍ର ପାତ ଟି ଚମକଇ ବିଜୁଳି

ବଜ୍ରପାତ ଶକ୍ତ ଆଘାତେ ଲୋକେ ପଡନ୍ତି ଟଳି।


ଆକାଶ ରୁ ନିଆଁ ବରଷା ପ୍ରାଣ ହୁଏ ଉଛ୍ଛନ 

ଅଂଶୁଘାତେ ଚାଲି ଯାଉଛି ନିତି କେତେ ଜୀବନ।

ମଉଷୁମୀ ଯାଏ ଉଭେଇ ସୂର୍ଯ୍ୟ ତେଜ ରେ ଆଜି

ମଣିଷ ଜୀବନ ଖରାରେ ହେଉ ଅଛି ରେ ଭାଜି।


ମାଟି ଯାଉଅଛି ତାତିରେ ପଦ ରଖି ହେଉନି

ନଈ ନାଳ ପାଣି ତତଲା ସେତ ଛୁଇଁ ହେଉନି।

ତତଲା ପବନ ବହୁଛି ଚାହିଁ ପାରୁନି ଆଖି

କରୁଣ କାହାଣୀ ବଖାଣେ ଆଜି ପରାଣ ପକ୍ଷୀ।


ଦୁର୍ଘଟଣା ନିତି ଘଟୁଛି ଦେଖି ଲାଗୁଛି ଡର

ମରୁଛନ୍ତି କେତେ ମଣିଷ ନାହିଁ ହିସାବ ତାର ।

ବାହାନଗା କଥା ଭାବିଲେ ଛାତି ଥରି ଉଠୁଛି

ମାଳିକା ର ପ୍ରତି କଥାଟି ଆଖି ଆଗେ ନାଚୁଛି ।


ଗର୍ବ ରେ ମଣିଷ ଭୁଲୁଛି ତାର ସୀମା ରେଖାକୁ 

କାଳ ଲଦି ଦିଏ ଯାତନା ଖର୍ବ କରି ଗର୍ବ କୁ ।

ନିଜ ପାଇଁ ନିଜେ ନିଇତି ସେତ ଗାତ ଖୋଳୁଛି

ସେ ଗାତେ ପଡ଼ିବା ପାଇଁ କି କାଳ ହାତ ଠାରୁଛି।


ଚନ୍ଦନ ଭଉଁରୀ ଯାତରା ସେତ ପବିତ୍ର ଲୀଳା

ମରଣ ର ଯନ୍ତା ସତେକି କାଳ ବସାଇଥିଲା।

କିଏ ଜାଣିଥିଲା ଭଉଁରୀ ଦେଖି ନିରୀହ କେତେ

କାଳ ଭଉଁରୀ ରେ ହଜାଇ ଦେବେ ଜୀବନ ସତେ।


ଅସତର୍କ ହୋଇ ବାଣୁଆ ବାଣ ମାରିଲା ବୋଲି

ବିଚାରା ନିରୀହ ଜୀବନ କେତେ ଗଲାରେ ଚାଲି।

ଯୁଗ ଅବସାନ ବେଳକୁ ସବୁ କଳି ର ଖେଳ

ଭାବିଲା ବେଳକୁ ମଣିଷ ଖୋଜି ପାଉନି ଥଳ।


ଭଉଁରୀ ରେ ପ୍ରତି ବରଷ କେତେ ଫୁଟେ ଯେ ବାଣ

କିଏ ଜାଣିଥିଲା ଏସନ  ବାଣ ନେବ ଜୀବନ ।

ଗହଳି ରେ ବାଣ ପଡ଼ିଲା ନିଆଁ ଜଳି ଉଠିଲା

ଆଖିପିଛୁଳାକେ ବିଚାରା କେତେ ପରାଣ ଗଲା ।


ଅଳିଆଗଦାର ନିଆଁ ରୁ ଗାଁଆ ଜଳି ଯାଉଛି 

ଶୁନେ ଶୁନେ ଗାଡ଼ି ମଟରେ ନିଆଁ ଲାଗି ଯାଉଛି।

ବିଜ୍ଞାପନ ପଟ୍ଟ ଉପରୁ ସେତ ଗଳି ପଡୁଛି 

ଚାପି ହୋଇ ତାର ତଳେ ଟି କେତେ ପ୍ରାଣ ଯାଉଛି।


ଧର୍ମ ଅଧର୍ମକୁ ମଣିଷ ଯେଣୁ ଭୟ କରୁନି

କଳି ର କୋପରୁ ଆଖିରୁ ତାର ଲୁହ ଶୁଖୁନି।

ଇଏତ ଆରମ୍ଭ ଆହୁରି ଆସୁଅଛି ବିପଦ

ଆଖି ହୋଇଯିବ ଜଳକା ଗଣୁଥିବ ପ୍ରମାଦ।


ଶୋଇ ଶୋଇ ସୁଖ ସପନ କେତେ ଦେଖୁ ଯେ ଥିବ

ସକାଳ ହୋଇଲା ବେଳକୁ କୋହ ବଳେଇ ଯିବ।

ପ୍ରଳୟ ଜଳରେ ଭାସୁ ଯେ ଥିବ ସାରା ଦୁନିଆ

ଶୁଭୁଥିବ ଖାଲି ଚିତ୍କାର ଶୁଣି ହେବ ଛାନିଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract