ରଥଯାତ୍ରା
ରଥଯାତ୍ରା
ବାର ମାସେ ତେର ଯାତରା ଭିତରୁ
ରଥଯାତ୍ରା ଅନ୍ୟତମ
ବରଷକୁ ଥରେ ଆସିଥାଏ ସିଏ
ଭୁଲନ୍ତିନି ତାର ନାମ ।
ଭାଇ ଭଉଣୀକୁ ସଙ୍ଗତରେ ଘେନି
ଜଗା କରୁ ଥାଏ ଲୀଳା
ଶ୍ରୀମନ୍ଦିର ରତ୍ନ ସିଂହାସନ ଛାଡି
ବଡ ଦାଣ୍ଡେ କରେ ଖେଳା ।
ତିନି ଗୋଟି ରଥେ ତିନି ଦିଅଁ ବସି
ଭକତଙ୍କୁ ଦେଖୁଥାନ୍ତି
ମନ ଖୋଲି ଜଗା ଭକତ ମନର
ଦୁଃଖକୁ ସେ ବୁଝୁ ଥାନ୍ତି ।
ତାଳଧ୍ୱଜ ରଥେ ଦାରୁକ ସାରଥି
ବଳଭଦ୍ର ବସିଥାନ୍ତି
ଦେବ ଦଳନରେ ଭଉଣୀ ସୁଭଦ୍ରା
ଅର୍ଜୁନ ସାରଥି ହ୍ୱନ୍ତୁ ।
ନନ୍ଦିଘୋଷ ରଥେ ପ୍ରଭୁ ଜଗନ୍ନାଥ
ମାତଳି ସାରଥି ତାର
ଆଗରେ ପଠେଇ ଭାଇ ଭଉଣୀଙ୍କୁ
ବୁଝେ ଭକତ ଖବର ।
ଏତେ ଦିନ ପରେ ଭକତ ଦେଖିଣ
ଜଗା ଖୁସି ହେଉଥାଏ
ଧିରେ ଧିରେ ରଥ ଚାଲୁ ଥାଏ ତାର
ଭକ୍ତ ଦେଖି ଦେଖି ଯାଏ ।
ଶ୍ରୀମନ୍ଦିରେ ଭକ୍ତ ଦର୍ଶନ କରନ୍ତି
ବଡ ଦାଣ୍ଡେ ଦେଖେ ସିଏ
ଅପଲକ ନେତ୍ରେ ଜଗା ଦେଖି ଦେଖି
ମୁରୁକି ହସା ସେ ଦିଏ ।
ଜନ୍ମବେଦୀ ଠାରୁ ଗୁଣ୍ଡିଚା ମନ୍ଦିର
ଯାତ୍ରା କରୁ ଥାଏ ସିଏ
ଶ୍ରୀଗୁଣ୍ଡିଚା ଯାତ୍ରା କିଏ କହେ ତାକୁ
ଘୋଷ ଯାତ୍ରା କହେ କିଏ ।
ନିଅ ଦିନ କାଳ ଯାତ୍ରା ସେ କରିଣ
ସମୟ ବିତେଇ ଦିଏ
ଶେଷରେ ମାଉସୀ ପୋଡ ପିଠା ଖାଇ
ଶ୍ରୀମନ୍ଦିର ଫେରି ଥାଏ ।
ଏଇ ଫେରିବାକୁ ବାହୁଡା ଯାତ୍ରା ତା
ସମସ୍ତେ କହି ଥାଆନ୍ତି
ଭକ୍ତ ପ୍ରଭୁଙ୍କର ଏ ମହାମିଳନ
ରଥଯାତ୍ରେ ହେଇ ଥାନ୍ତି ।
ଏଇ ରଥଯାତ୍ରା ଦିନ ବଳରାମ
ଦାସ ବାଲି ରଥ ପରେ
ବିଜେ କରିଥିଲ ପ୍ରଭୁ ଜଗନ୍ନାଥ
ଭକ୍ତ ଭକ୍ତି ବିଶ୍ବାସରେ ।
ଆଷାଢ ମାସର ଶୁକ୍ଳ ଦ୍ୱିତୀୟାରେ
ହୁଏ ରଥଯାତ୍ରା ତୁମ
ଶହ ଶହ ବିଶ୍ୱବାସୀ ଆସି ଥାନ୍ତି
ପବିତ୍ର ଶ୍ରୀକ୍ଷେତ୍ର ଧାମ ।
ପୁରୀ ଗଜପତି ଛେରା ପହଁରା ଯେ
କରି ଝାଡୁ ମାରୁ ଥାନ୍ତି
ଟାହିଆ ହଲେଇ ଜଗା ଆସେ ଝୁଲି
ଭକ୍ତେ ଆନନ୍ଦେ ମାତନ୍ତି ।
କେତେ ଶରଧାରେ ଟାଣିଣ ନିଅନ୍ତି
ତୋର ରଥ ଦଉଡିକୁ
ଡାହୁକ ଡାକଇ ରଥ ପରେ ଥାଇ
ଶୁଣୁ ତୁ ଡେରି କର୍ଣ୍ଣକୁ ।
ସମସ୍ତେ କୁହନ୍ତି ବହୁତ ସୁନ୍ଦର
ତୋର ସେ ଶରଧା ବାଲି
ହେଲେ ପାପ ଆଖି ଦେଖିଲାନି ବାଲି
ଯୁଆଡେ ଦେଖେଲେ ଖାଲି ।
ଦେଖିବାକୁ ଇଚ୍ଛା ତୋର ରଥଯାତ୍ରା
ହେଲେ ନା ଯାଇ ପାରୁଛି
ଦୁଃଖୀଟିଏ କରି ଦେଲୁରେ ଜନମ
ପ୍ରଣାମ ଦୂରେ କରୁଛି ।
କି ସୁନ୍ଦର ତୋର ଏଇ ରଥଯାତ୍ରା
ପୃଥିବୀ ଅଟେ ପ୍ରସିଦ୍ଧ
ତୋ ଲୀଳା ଚାଲିଛି ପ୍ରଭୁ ଜଗନ୍ନାଥ
ଆଶ୍ରୟ ନେଉଛି ପାଦ ।
