STORYMIRROR

Lata Behera

Abstract

4  

Lata Behera

Abstract

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

*ହଜିଲା ଦିନ ସ୍ମତିରୁ ପଦେ* *କବିତା ମାଳା ଶୀର୍ଷକ:

1 min
272


*ହଜିଲା ଦିନ ସ୍ମତିରୁ ପଦେ*

    *କବିତା ମାଳା ଶୀର୍ଷକ: -*

🌹 *ଚିଠି ଓ ରେଡିଓ* 🌹

**********************

       ଲତା ବେହେରା ।

     ^^^^^^^^^^^^^^^^

ହଜିଲା ଦିନର ସ୍ମୁତି କବିତାରେ

   ଅତୀତର କେତେ ସ୍ମୃତି

ସାଉଁଟି ଆଣୁଛି ସାହିତ୍ୟ ସଂସଦ

   ଦିଏ କେତେ ଅନୁଭୂତି ।


ସେଇ ଅତୀତର ଅଭୁଲା ସ୍ମୁତିରୁ

   ଚିଠି ଓ ରେଡିଓ ଆଜି

ଆମ ଜଗନ୍ନାଥ ସାହିତ୍ୟ ସଂସଦ

   ଭେଟି ଦେଇଛି ଖୋଜି ।


କେତେ ଗୀତିନାଟ୍ଯ ଭଜନ ସଂଗୀତ

   ଦେଶ ବିଦେଶର କଥା

ବେତାର ତରଙ୍ଗ ମଧ୍ୟମେ ଜଣାଏ 

  କେତେ ପୌରାଣିକ ଗାଥା ।


ଘରେ ଘରେ ବସି ରେଡିଓ ଶୁଣନ୍ତି

   ମନୋରଞ୍ଜନର ଗାଥା

ପାଲା ଦାସକାଠିଆ ଜଣା ଅଜଣା

   ସାକ୍ଷାତକାରର କଥା ।


ଗଳି କନ୍ଦି ପୁଣି ଗାଆଁ ଓ ସହର

   ରେଡିଓ ଶୁଣନ୍ତି ସବୁ

ରେଡିଓର ପାଖେ ଘେରି ବସି ଯାନ୍ତି 

   ଦେଖି ସିଏ ସମୟକୁ ।


ରେଡିଓରୁ ଦେଶ ବିଦେଶ ଖବର

   ସବୁ ସିଏ ଶୁଣୁଥାନ୍ତି

ଯୁଆଡେ ଯାଆନ୍ତି ସାଥିରେ ନିଅନ୍ତି 

   ରେଡିଓ ପାଖେ ରଖନ୍ତି ।


ରେଡିଓଟି ଚାଲେ ବ୍ୟାଟେରୀ ସାହାଯ୍ୟେ

   କିଣି ସିଏ ଆଣୁଥାନ୍ତି

ଥରେ ପକେଇଲେ ମାସକ ପର୍ଯ୍ୟନ୍ତ 

   ନିର୍ଭୟରେ ଶୁଣୁଥାନ୍ତି ।


ରେଡିଓଟି ସବୁ ଜାଗା ଯାଇ ପାରେ

   ଯେ ସ୍ଥାନକୁ ନେଇ ଯିବ

ସେ ସ୍ଥାନରେ ବସି ନିର୍ଭୟ ଭାବରେ

   କ୍ରିକେଟ ଖେଳ ଶୁଣିବ ।


ଏବେ ଘରେ ଘରେ ଦୂରଦର୍ଶନର

   ଚାହିଦା ରହିଛି ବେଶୀ

ରେଡିଓ ପାଖରୁ ଦୂରେଇ ଯାଇଣ

   ସିନେମା ଦେଖନ୍ତି ବସି ।


ଏବେ ଘରେ ଘରେ ରେଡିଓଟି ଆଉ

   ଜମା ଦେଖା ଯାଉ ନାହିଁ 

ଟିଭି ପାଇଁ ମଣିଷ ପାଗଳ ହେଇ 

   ରେଡିଓ ଭୁଲୁଛି ତହିଁ ।


ଚିଠି କଥା ଆଉ କ'ଣ ବା ଲେଖିବି

   ତା ସ୍ମୃତି ନିଆରା ଅତି

ଡାକବାଲା ଡାକ ଦେଇ ଦିଏ ଯେବେ

    ଛନକା ପଶଇ ଛାତି ।


ପାଦ ଦୁଇ ଆପେ ଧାଇଁ ଯାଇ ଥାଏ

   ମନରେ ଅମାପ ଖୁସି

ନୂଆବୋହୂ ଚିଠି ଧରିଲା ବେଳକୁ

   ଓଢଣୀ ପଡଇ ଖସି ।


ଅଧିର ହୋଇ ସେ ଚିଠି ଖୋଲି ପଢେ

   ଲେଖେ ପୁଣି ସିଏ ଚିଠି

ଡାକବାଲା ଯେବେ ଡାକ ଛାଡି ଦିଏ

   ଧଡପଡ ଯାଏ ଉଠି ।


କିଏ ତ କବାଟ ଫାଙ୍କରେ କଣେଇ

   ରହି ଥାଏ ସିଏ ଚାହିଁ 

ଚିଠି ନ ଆସିଲେ ମନ ମାରି କୁହେ

   ଚିଠି ଆସିଛି କି ନାହିଁ ।


ଚିଠିକୁ ଅପେକ୍ଷା କରିବାର ମଜା

   କେତେ ଖୁସି ଆଣି ଥାଇ

ଏବେ ସେଇ ଚିଠି ଅଭୁଲା ହେଇଛି

   ଏଇ ମୋବାଇଲ ପାଇଁ ।


ରେଡିଓ ଓ ଚିଠି ଧୀରେ ଧୀରେ ଏବେ

    ସ୍ମୃତି ହେଇ ରହି ଯାଏ

ତଥାପି ମନରେ ହୃଦୟ ଇଲାକେ

    ଚିର ସ୍ମରଣୀୟ ଥାଏ ।

"""""""""""""""""""""""""""""""""""""""

     ଲତା ବେହେରା ।

     ଜକା, ଢେଙ୍କାନାଳ ।

🌹🌺❤🙏❤🌺🌹✍️କ


Rate this content
Log in

Similar oriya poem from Abstract