STORYMIRROR

Debabrata Mishra

Abstract

4  

Debabrata Mishra

Abstract

ସୃଷ୍ଟି

ସୃଷ୍ଟି

1 min
234


ଦୁଇଟି ଶରୀର ଦୁଇଟି ଭାବନା

ଅନେକ ଆଶା ଅସୁମାରୀ ସ୍ୱପ୍ନର ମିଳନ

ଯେତିକି ମନର ଆଶଙ୍କା ସେତିକି ଆକାଂକ୍ଷା

ଯେତିକି ଉଦରର ଅସହ୍ୟ ଯନ୍ତ୍ରଣା, 

ତା'ଠାରୁ ଅଧିକ ଆନନ୍ଦ ଓ ସୁଖର ଗୁରୁତ୍ବ 

ଈଶ୍ବର - ସମୟ ଓ ପରିସ୍ଥିତି ସାଜି

ବତାଇ ଦିଅନ୍ତି ସଂଘର୍ଷର ନିୟମ ଓ

ଶିଖାଇ ଦିଅନ୍ତି ଜୀବନ ବଞ୍ଚିବାର ସଣ୍ଠଣା l


ଦେହ ଓ ମନ ର ଏ ଅପୂର୍ବ ସମନ୍ୱୟ 

ଅପୂର୍ବ ଅଦ୍ଭୁତ ଲୀଳା ସେ ଲୀଳାମୟଙ୍କର

କୁମ୍ଭାର ସାଜନ୍ତି ସେ ଏ ମାଂସପିଣ୍ଡୁଳା ନାମୀ ମାଟିର

ଯାହାକୁ ନେଇ ଗଢନ୍ତି କୋଟି କୋଟି ଦେହ, 

ଆଉ ସେ ଦେହରେ ଭରିଦିଅନ୍ତୁ ଚେତନା ଭାବନା 

ସ୍ନେହ, ଶ୍ରଦ୍ଧା, ପ୍ରେମ ଆଦି କେତେ ମାନବିକ ତତ୍ତ୍ବ

ମିଶାଇ ଦେଇ ଟିକେ ମାୟା ଆଉ କେତେକ ମୋହ l


ମାତୃଗର୍ଭ ରେ ଶରୀର ପୂର୍ଣ୍ଣାଙ୍ଗ ହେଲା ପରେ

ଦଶମାସର ସାଧନା, ତପସ୍ୟା ପରେ 

ଭୂମିଷ୍ଠ ହୁଏ ଶିଶୁ ତା'ର କୁଆଁକୁଅାଁ ଶବ୍ଦେ

ଏକ ଏମିତି ଅବର୍ଣ୍ଣନୀୟ ମୁହୁର୍ତ୍ତଟିଏ, 

ଯେଉଁଠି ସ୍ୱର୍ଗୀୟ ସୁଖ ନେଇ ଆସେ

ଦେହରୁ ଝାଳ ବୋହୁଥାଏ ଜନ୍ମଦାତା ଓ ଆତ୍ମୀୟଙ୍କ

ନବଜାତକର କାନ୍ଦରେ ଫୁଟିଉଠେ

ଏକାଥରେ ଓଠରେ ନିର୍ଭେଜାଲ ହସ ଓ

ଝରେ ଆଖିରୁ ଆନନ୍ଦର ଅଶ୍ରୁଟୋପାଟିଏ l


ଚିରାଚରିତ ଢଙ୍ଗରେ ସମୟ ନିର୍ଦ୍ଦେଶେ

ଶୈଶବ, ବାଲ୍ୟ, କିଶୋର କାଳ ସରେ

ଯୁବା ବୟସ ଆସେ ତଥାପି ବାପା-ମାଆ ଆଗେ 

ସଦା ସର୍ବଦା ସେ ରହେ ଶିଶୁଟିଏ ହୋଇ,

ସମାଜରେ ସମୟ ବିଚିତ୍ର ମୋଡ଼ ନିଏ

ଆଶା ଭାଙ୍ଗେ ମୋହ ଭାଙ୍ଗେ ଏକାସଙ୍ଗେ

କହି ଶିଖିବା ପରେ ପିଲାଏ କୁହନ୍ତି 

ତୁମେ କ'ଣ ଟା ଅଧିକ କରିଛ ଯେ

ବାପାମାଆ ହୋଇ ଜନ୍ମଦାତା ହୋଇ...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract