STORYMIRROR

Upendra prasad Mahala

Abstract

4  

Upendra prasad Mahala

Abstract

ସୃଜନ ମୁହୂର୍ତ୍ତ

ସୃଜନ ମୁହୂର୍ତ୍ତ

2 mins
382


ଆଖି ବୁଜିଦେଲେ

ଚଉଦିଗ ଅନ୍ଧାର,

ଫୁଲ ଶେଯ ଉପରେ

ତୁମେ ଓ ମୁଁ ଅଦୃଶ୍ୟ ।

ଦୁଇଟି କାତିଛଡା

ନାଗ ନାଗୁଣୀର

ଫଁ ଫଁ ଗର୍ଜନ ଛଡା

ଆଉ କିଛି ଶୁଭେନି।

ନିଃସ୍ତବ୍ଧ ରାତିର ଅନ୍ଧାର

ଡେଣା ଢାଙ୍କି ଥାଏ

ତୁମକୁ ଭାରି ଭଲ ଲାଗେ

ଅନ୍ଧାର ମୋତେ ବିବସନା କର।

ଅଜଣା ଶୀତରେ ଦେହ କମ୍ପୁଥାଏ

ଧୀରେ ଧୀରେ ହାତ ବଢାଇ ତୁମେ

ଖୋଲିଦିଅ ଆତ୍ମାର ଆବରଣ

ତୁମ ଦେହର ରୋମାଞ୍ଚିତ

ତାତି ମୋ ଦେହ ଉଷୁମାଏ

ତୁମ ଦେହରେ ଶତଦଳ କଳା ପଦ୍ମ

ପାଖୁଡା ମେଲାଇ ଫୁଟି ଉଠେ,

ଅନ୍ଧସୂର୍ଯ୍ୟର ଆକର୍ଷଣରେ !!

ଦେହକୁ ଦେହରେ ମିଶାଇ

ନାଗକେଳି ବନ୍ଧନରେ ମୋତେ

ଭିଡି ଧରି ଆଶ୍ଳେଷି ନିଅ।

ଦେହରେ ଭରିଦିଅ ତାତି।

ତୁମ ସୁବାସିତ ନିଃଶ୍ବାସରେ

ପୁଲକିତ ହୁଏ ତନୁମନ।

ଦେହ ଓ ଆତ୍ମାର

ଆକର୍ଷଣରେ ହଜିଯିବା ବେଳେ

ନୀରନ୍ଦ୍ର ଅନ୍ଧାରରେ ଲୁଚିଯାଏ

ମୋ ନିଜସ୍ବ ପରିଚୟ ।

ତୁମ ପାଦର ପାଉଁଜି, ହାତର କଙ୍କଣ

ଧ୍ବନି ଯେବେ ସଜାଗ କରାଏ

ଲୋଚାକୋଚା ଫୁଲ ଶେଯ ଉପରେ

ପଡିଥାଏ ଅବଶ ଶରୀର ।

ନାଗକେଳି ବନ୍ଧନରେ

ସେମିତି ମୋତେ ବାନ୍ଧି ରଖିଥାଅ ।

ଜାଣେନି ଅନ୍ଧାର ଭିତରେ

କାହିଁକି ମୋତେ ଦିଶିଯାଏ

ଦୁଇଟି ପୋହଳା ରଂଗର ଆଖି

ଦପ ଦପ ଜଳୁଥାଏ।

ଫଣା ପ୍ରସାରୀ ଯେମିତି

ଗିଳି ଦେବାକୁ ଉଦ୍ୟତ।

ଦେଖେ ଝର୍କା ସେପାଖରେ

ଯୋଗୀ ପରି "ଅନାସକ୍ତ ଚେତନାର ଛବି"

ପୁଷ୍ପିତ କଦମ୍ବ ବୃକ୍ଷ, ଯାହା ଡାଳରେ

ଝୁଲୁଥାଏ ଅନେକ ସ୍ନାନରତା

ନାରୀଙ୍କ ପାଲଟା ପିନ୍ଧାବସ୍ତ୍ର ।

ଜାଣେ ଅନ୍ଧାର ଭିତରେ

ସକଳ ସୃଜନଲୀଳା

ଶୁଭେ ସୃଷ୍ଟିର ପ୍ରଥମ ଓଁକାର

ସେ ଅବିନାସୀ , ଅବିନେଶ୍ବର ।

ଆଲୋକର ଅବର୍ତ୍ତମାନରେ

ସଞ୍ଚରିତ ହୁଏ ଅମୃତଧାରା

ଜାଣେନି, ଅନ୍ଧାରରେ କିଛି

ଖୋଜିବା ମାନସିକତା କାହିଁକି

ତୁମକୁ ସ୍ବପ୍ନ ବିଭୋର କରେ !!

ଖୋଜିବସ ସୃଜନର ସମ୍ଭାବନା

କଦମ୍ବ ଫୁଲରୁ ରେଣୁ ଆଣି

ବୁଣିଦିଅ ତୁମ ସର୍ବାଂଗରେ।

ଅନ୍ଧାର ଆହୁରି ଗାଢତର ହୁଏ,

ଦେହୋତ୍ତର ଆତ୍ମାର

ଜ୍ୟୋତି ଦେଖାଏ ଯାତ୍ରାପଥ

ଯାହାର ଅନ୍ୟନାମ ଜୀବନ ।

ଅନ୍ଧାର ଭିତରେ ଚିରକାଳ

ଏ ସୃଜନ ଯାତ୍ରା

ଜାଣେ, ଅନ୍ଧାର ହିଁ ଜୀବନ

ଓ ମୃତ୍ୟୁର ଶେଷ ଠିକଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract