STORYMIRROR

Upendra prasad Mahala

Classics Inspirational Others

3  

Upendra prasad Mahala

Classics Inspirational Others

ଚା' ଖଟି ଓ ପାନପତୁରୀ

ଚା' ଖଟି ଓ ପାନପତୁରୀ

2 mins
404


ରସର ଆନନ୍ଦ ବଜାରଟିଏ

ନାଁ ତାର ଗାଁ ଚା' ଖଟି ।

ଫୁଲ ନୁହେଁ କି ଫଳ ନୁହେଁ,

କୁନି ଗଳ୍ପଟିଏ !

ଗୁମୁଟିକୁ ଲାଗି ନୂଆଣିଅ। ଚାଳ

ସେଠି ବାରମାସୀ ଲାଉ ଫୁଲ

ହସ ମୁଠା ଖୋଲେ।

ଘର ଭିତରେ ନିତିନିତି

ନାନା ଜାତି ଜରିଫୁଲ ଫୁଟେ

ପାଉଡ଼ର, ଅତର ବାସ୍ନା ଛୁଟେ।

ଗୁମୁଟି ଆଗରେ ଟୁଂଗୁ ଟୁଂଗୁ ହେଉଥିବା

ଲୋକଙ୍କୁ ଦେଖିଲେ ଲାଗେ

ଯେମିତି ଛୋଟ ରଂଗଶାଳାଟିଏ !

କେତକ ଦର୍ଶକ ମୁଖାବାନ୍ଧି ବସିଥାନ୍ତି

ବେଞ୍ଚ ଉପରେ ଚୁପଚାପ,

ସ୍ବପ୍ନଙ୍କର ହାଡ ସବୁ

ଦପଦପ ଜଳୁଥାଏ।

ରକ୍ତ ନମୁନା ନଚାଇ ବହୁଥିବା

ପବନ ଥମିଯାଏ, ରାତି

ନଅଟା ବାଜିଲେ।

ଚା' ଖଟିରେ ଦିନରାତି ବାରି ହୁଏନି

କଣା ଚାଳରେ ଦିଶେ ଖରା ଓ ତାରା

ତଥାପି ସେ ଗୁମୁଟି ଦିଶୁଥାଏ

ସବୁଦିନ ନୂଆ ନୂଆ।

ସେଠି ଗରାଖଙ୍କ ଖୁବ୍ ଭିଡ,

ଟଣାଭିଡା ଚାଲେ ଚା' କପେ,

ଗରମ ପପୁଡି, ବିଡି ସିଗାରେଟ

ଅଥବା ସରୁ ହାତଟି ଭାଂଗି ଦେଉଥିବା

ମହକିଆ ପାନ ଖିଲ ପାଇଁ।

ସେ ପାନର କି ମହକ ଅଛି କେଜାଣି

ମନ ଭୁଲାଇ ଦିଏ, ଚା'ର କିମିଆ

ସତେକି ବଣୁଆ ତମ୍ପକୁ ଗଦ

ଶୁଂଘାଇ ପେଡିରେ ପୁରାଏ,

କଅଁଳ ପତର ଦେଖି ମେଣ୍ଢାପଲ

ସେଠି ଲହଡି ଭାଂଗୁଥାନ୍ତି

ଗେହ୍ଲା ପଣିଆରେ।

ଏଠି ପପୁଡି ଖାଇଲେ ଲଙ୍କାଟିଏ

ଲୋଡା ହୁଏ, ଚା' ପିଇ ଦେଲେ

ଦିଲ୍ଲୀ,ବମ୍ବେଇ ଗୁଲି ପଡେ,

ସମସ୍ତଙ୍କ ନିଘା ଗୁମୁଟି ଅ।ଡେ,

ପାନପତୁରୀଟି ଚୋରା ଢଂଗରେ

କାଳେ ଟିକେ ହସିଦେବ

ମୋହି ଯାଇ କାହା ଆଡେ !

ଗାମୁଛାଟି ଟେକିଟାକି କଛା ମାରି

ଗେରସ୍ତଟି ଚୁଲି ଦେହେ ଜାଳ

ପେଲୁଥାଏ, କଡାରେ ଉତୁରୁଥିବା

ତେଲ ଭାଜି ପରି ସିଏ ବି ଉତୁରୀ

ପଡେ, କେବେ କେବେ ପାନ ପତୁରୀଟି

ଆଡେ ଚାହିଁ ନିର୍ମାୟା ହସଟିଏ

ଗୁଞ୍ଜି ଦିଏ ଶୁଖିଲା ମୁହଁରେ,

ସେତେବେଳେ ଚାଳି ଘର

ଯେମିତି ପାଲଟିଯାଏ ଅବନା

ହସର ଛୋଟ ଦୋଳିଟିଏ !

ମନେହୁଏ ଚା' ଖଟି ମହୁଫେଣାଟିଏ !

ଦିନରାତି ଥାଉଁଥାନ୍ତି ଶ୍ରମକ୍ଳାନ୍ତ

ମହୁମାଛି ଯାହାର ଶରଧା ବେଶୀ

ଥାଏ ରାଣୀ ପୋକଠାରେ।

କେହିବି ଟହଲୁଥାନ୍ତି ଟ୍ରାଫିକ ପୋଲିସ

ପରି ପା' ତଳ ଘୋଳି ହେବାଯାଏ।

ବାନାଦଳ ଦିନେ ଦିନେ ଜମାନ୍ତି

ଖଞ୍ଜଣି କୀର୍ତ୍ତନ କରି 'ହରି ନାମ'

ହୀନସ୍ତାରେ ଘାଣ୍ଟି ହେବା ଲାଗି।

କାଳେ ପାଇଯିବେ ଟିକେ ଭୋଗ

ପରଶ ଫୁଲମଣି ପରି ପାନପତୁରୀ

ହାତରୁ ସୁଟି ନେବା ଲାଗି।

ବିଚିତ୍ର ଏ ଚା' ଖଟି ! ଜୀବନ ଏଠି

ପଇଁତରା ମାରେ ଦୁର୍ଲଂଘ୍ୟ ସ୍ଫୁର୍ତ୍ତିରେ

ବେପରୁଆ ମନର ସୁସଜ୍ଜିତ,

ଜୀବନ୍ତ ପଣ୍ୟଶାଳା ପରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics