ମାନବ ରୂପୀ ଦାନଵ
ମାନବ ରୂପୀ ଦାନଵ


#ସିଧାକଥା-୨୫
ସତ୍ୟ ଯୁଗର ଅସୁର ନାହାନ୍ତି ଆଉ ଅତ୍ୟାଚାର କରିବାକୁ,
ତ୍ରେତୟା ଯୁଗର ମାୟାବୀ ନାହାନ୍ତି ଆମ ସୀତା-ମାତା ହରିବାକୁ |
ଦ୍ୱାପର ଯୁଗର ପୁତନା ବି ନାହିଁ ଶିଶୁପୁତ୍ର କୃଷ୍ଣ ମାରିବାକୁ,
କଳିର ମାନବ ଦାନବକୁ ବଳି କାହା ବଳ ଅଛି ଧରିବାକୁ ?
କେଉଁ ଅପଗୁଣ ନାହିଁ ମଣିଷର ନିରୀହ ମଣିଷ ଡରିବାକୁ ?
ବିପଦ ଘରରେ ଅପେକ୍ଷା କରିଛୁ-ଏଇ କଳିଯୁଗ ସରିବାକୁ |
ଦୁନିଆର ଦୁଃଖ ଦେଖି ଆମଆଖି ଲୁହନାହିଁ ଆଉ ଝରିବାକୁ,
ଦାନଵ ରୂପୀ ଏ' ମଣିଷ କହୁଛି-ଜନ୍ମ ହେଇଚ ମରିବାକୁ |