STORYMIRROR

Balaram Sethi

Abstract Classics

3  

Balaram Sethi

Abstract Classics

ବିଜୟା ଦଶମୀ

ବିଜୟା ଦଶମୀ

1 min
203


   ଶାନ୍ତ ଶରତ ରେ ଆଶ୍ଵିନ୍ୟ ମାସରେ

   ଦଶହରା ପର୍ବ ଆସେ

   ଧରାବତାରଣ  କରି ଥାନ୍ତି ମାତା

   ଦଶ ଅସ୍ତ୍ର ଧରି ହାତେ ।।


   ପ୍ରତି ପଦ ଠାରୁ  ନବମୀ ପର୍ଯ୍ୟନ୍ତ

   ନବ ଦୁର୍ଗା ପୂଜା ପାଏ

   ବିଜୟା ଦଶମୀ ପାଳନ ନିମନ୍ତେ

   ଘର ଦ୍ବାର ଲିପା ଯାଏ ।।


   ଦଶ ଟି ଗାଈର  ଗୋବର ଆଣନ୍ତି

   ହିନ୍ଦୁ ଘର  ର ଗୃହିଣୀ

   ଘର ଦ୍ବାର ଲିପା ପୋଛା ସାରି ଦେଇ

   ଝୋଟି ଦ୍ୟନ୍ତି ଚୂନ ଆଣି ।।


   ନିରାମିଷ ଖାଇ  ଉପାସ  ରଖନ୍ତି

   ବ୍ରତ କରନ୍ତି ପାଳନ

   ବିବାହିତା ନାରୀ  ସିନ୍ଦୂର ଖେଳନ୍ତି

   ବିଜୟା ଦଶମୀ ଦିନ ।।


   ଅସ୍ତ୍ର ଶସ୍ତ୍ର ସବୁ  ପୂଜା ପାଇ ଥାଏ

   ଘରେ ଘରେ ପୁରେ ପୁରେ

   ସେଦିନ ମାଆ ଙ୍କୁ ବିସର୍ଜନ ଦ୍ୟନ୍ତି

   ବେଦ ପାଠ ଓ ମନ୍ତ୍ର ରେ ।।


   ରାମ ଚନ୍ଦ୍ର ଦଶ  ମୁଣ୍ଡିଆ ରାବଣ

   ବଦ୍ଧ କଲେ ଏହି ଦିନ

   ମହିଷା ସୁର କୁ  ବଦ୍ଧ କରି ଥିଲେ

   ମାତା ଦୁର୍ଗା ସେହି ଦିନ ।।


   ନବମୀ ଦିବସେ  ନବ ରୂପ ଧରି

   ମାତା ଜଗତ ଜନନୀ

   ପୂଜା ପାଇଥାନ୍ତି ଦେବୀ ଅବତାରୀ

   ସେତ ଅଭୟ ଦାୟିନୀ ।।


   ଧରା ବତାରଣ  କରି ଥିଲେ ମାଆ

   ଖୋଳ ତାଳ ଶଙ୍ଖ ଧ୍ଵନି

   ଆନନ୍ଦେ ବିଭୋର ହୋଇଲା ଧରିତ୍ରୀ

   କମ୍ପି ଉଠଇ ମେଦିନୀ ।।


   ଜଗତ ଜନନୀ  ଅଭୟ ଦାୟିନୀ

   ପାର୍ବଣ ଋତୁ ର ଅନ୍ତେ

   ହିମାଦ୍ରି ତନୟା ରୂପେ ଆଦି ମାତା

   କଲ୍ୟାଣ କରନ୍ତି ଭକ୍ତେ ।।


   ନବମୀ ରାତ୍ର ର ଶେଷ ଦିବସରେ

   ହାତେ ଶଙ୍ଖ ଚକ୍ର ଗଦା

   ପଦ୍ମ ଧାରୀ ମାଆ ସିଂହ ପୃଷ୍ଟେ ବସି

   କୈଳାସେ ନିଅନ୍ତି ବିଦା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract