STORYMIRROR

Balaram Sethi

Others

3  

Balaram Sethi

Others

ଅଭିନୟ

ଅଭିନୟ

1 min
207

  ମିଛ ମାୟା ଭରା ଏ ସାରା ସଂସାର

  ସତ ବୋଲି କିଛି ନାହିଁ

  ସେଥିପାଇଁ ଏତେ ଦୁଃଖ ମାଡ଼ି ଆସେ

  ଏ ମାନବ ଜାତି ପାଇଁ ।।


  ମିଛ ପାଖେ ସତ ବନ୍ଧା ପଡ଼ିଲାଣି

  ଏ ମିଛ ମାୟା ସଂସାରେ

  ଯେତେ ଦୁଃଖ କଷ୍ଟ ଭୋଗିଲେ ବି ଏଠି

  ସତ ଲୁଚେ ବାରେ ବାରେ ।।


  ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ

  ଘୁରଇ ଦୁନିଆଁ ସାର

  ମିଛ ମାୟା ଭରା ସଂସାର ଭିତରେ

  ଅଧା ଛାଇ ଅଧା ଖରା ।।


  ବାପ ଥିଲା ପୁଅ ସଭାରେ ହାରେନି

  ଏ କଥା ବାହୁଲ୍ୟ ନୁହେଁ

  ମିଛ ସତ ବୋହି ଅଭିନୟ କରେ

  ବାପା ଆର ପାରି ଯାଏ ।।


  ତାଙ୍କ ଶୁଦ୍ଧି କ୍ରିୟା କରିବା ନିମନ୍ତେ

  ଭିକ୍ଷା ଥାଳ ଧରି ହାତେ

  ବାର ଦୁଆରରେ ଭିକ୍ଷା କରୁଛନ୍ତି

  ଶୁଦ୍ଧି କ୍ରିୟାର ନିମନ୍ତେ ।।


  ବାପା ମାଆଙ୍କୁ ତ ମଣିଲେଣି ହେୟ

  ବୃଦ୍ଧ ବୟସରେ ଆଜି

  ଭରସା ତୁଟୁଛି ପିଲାଙ୍କ ଉପରୁ

  ଅବାଟରେ ଯାନ୍ତି ହଜି ।।


  ଯାନ ବାହନକୁ ଅଟକାନ୍ତି ପଥେ

  ଆଜି କାଲି ପିଲାମାନେ

  ଚାନ୍ଦା ଆଦାୟର ଯୋଜନା କରନ୍ତି

  ରାଜ ପଥରେ ସେମାନେ ।।


  ରାସ୍ତାର କଡ଼ରେ ଜଣକୁ ଶୁଆଇ

  ଧଳା ଚାଦର ଘୋଡ଼ାନ୍ତି

  ଅନ୍ତିମ ସଂସ୍କାର କରିବା ନିମନ୍ତେ

  ଅଭିନୟ କରି ଥାନ୍ତି ।।


  ସନ୍ଧ୍ୟା ପରେ ଯାଇ ଢାବାରେ ପହଞ୍ଚି

  ମଉଜରେ ମାତି ଥାନ୍ତି

  ଝଗଡ଼ା ବିବାଦ ପୁଣି ହଟ ଗୋଳ

  ନିଶାରେ ମଜି ରହନ୍ତି ।।


  ନିଚ୍ଚ କର୍ମ ଛାଡ଼ି ଉଚ୍ଚ ଆଶା କର

  ନିଶ୍ଚୟ ଫଳ ଫଳିବ

  ମୁଲ୍ୟ ହିନ ଆଶା ଦୁରେଇବ ପାଶୁ

  ଶେଷରେ ସଫଳ ହେବ ।।


  ଯୁବ ପିଢ଼ି ତୁମେ ହୁଅ ହୁସିଆର

  ଶାନ୍ତି ହଜି ଯାଏ ଆଜି

  ଅଶାନ୍ତ ନଗରେ ଘୁରି ବୁଲ ଖୋଜି

  ହରି ନାମ ଭଜି ଭଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍