STORYMIRROR

Balaram Sethi

Others

3  

Balaram Sethi

Others

ଗୋ.... ମାତା

ଗୋ.... ମାତା

1 min
132


  ସମସ୍ତ ପ୍ରାଣୀର ମାତା ଗୋ..ମାତା

  ତାଙ୍କ ପ୍ରତି ଅବହେଳା

  ମାଲିକ ସାଜିଣ  ବଜାରେ ଛାଡ଼ିଛ

  ବୁଲୁଛନ୍ତି ଭେଳା ଭେଳା ।।


  ଖାଦ୍ୟ ଅନ୍ୱେଷଣେ ବଜାର ଘାଟରେ

  ବୁଲି ବୁଲି ଏଣେ ତେଣେ

  ଅଳିଆ ଜିନିଷ ଗୋଟାଇ ଖାଆନ୍ତି

  ରୋକିବାକୁ ପ୍ରଦୂଷଣେ।।


  ଏତେକ ମାନବ ବୁଝେ ନି ତା ମନ

  ନିଜେ ଉପକାର କରି

  ମଣିଷ ଜୀବନ ବଞ୍ଚାଇ ଚାଲିଛି

  ପରିବେଶ ସଫା କରି ।।


  ଗୋ..ମାତାଙ୍କୁ ଯେ ଅବହେଳା କରେ

  ସୁଖ ଶାନ୍ତି ହଜି ଯାଏ

  ସର୍ବ ସୁଖ ଦେଇ ନିଜେ ବଳୀ ପଡେ

  ରୋଗ ବ୍ୟାଧି ଟାଣି ନିଏ ।।


  ଗୋ..ମାତାଙ୍କୁ ସେବା ପୂଜା କରୁଥିଲେ

  ସେ ଘରେ ଶାନ୍ତି ମିଳଇ

  ରକ୍ଷଣା ବ୍ୟକ୍ଷଣା ଯେ ଘରେ ନ ଥାଏ

  ଦୁଃଖ ଯନ୍ତ୍ରଣା ଭୋଗଇ ।।


  ପୁରାଣେ ବର୍ଣ୍ଣିତ ତ୍ରେତେୟା ଯୁଗର

  ମହର୍ଷି ପ୍ରଚେତା କଥା

  ସମାଧିସ୍ଥ ଥାଇ ତପସ୍ୟାରେ ରତ

  ଏହା ଇଶ୍ୱର ଙ୍କ ପ୍ରଥା ।।


  ଏ ସମୟେ ଏକ କ୍ଷୁଧାର୍ଥ ଗୋ..ମାତା

  ବଡ ପାଟିରେ ଡାକିଲେ

  ଧ୍ୟାନ ମଗ୍ନ ଥାଇ ମୁନି ବର କିଛି

  କଥା ତାଙ୍କ ନ ଶୁଣିଲେ ।।


  ଉଚ୍ଚ ଶବଦରେ ଫେରାଇ ଆଣିଲେ

  ମୁନିଙ୍କୁ ଧ୍ୟାନ ମଗ୍ନରୁ

  ଅଭିଶାପ ଦେଇ ଶହେ ବର୍ଷ ପାଇଁ

  ଜନ୍ମି ମାନବ ବଂଶରୁ ।।


  ଦରିଦ୍ର ଭିକ୍ଷୁକ  ସାଜି ବାର ଦ୍ୱାରେ

  ଭିକ୍ଷାରେ ପେଟ ପୋଷିବୁ

  ଗୋ..ଦ୍ୱିଜ ଅତିଥି ସର୍ବାଗ୍ରେ ପୂଜିତ

  ତାଙ୍କ ସେବା ତୁ କରିବୁ ।।


  ମୋର ଅଭିଶାପ ଅଣ ଲେଉଟା ତ

  ଲକ୍ଷ୍ମୀ ନାରାୟଣଙ୍କୁ ଭେଟିବୁ

  ସେ ରୂପ କୁ ତୁ ଦର୍ଶନ କରିଲେ

  ନିଶ୍ଚୟ ମୁକ୍ତି ପାଇବୁ ।।


  ଏଣୁ ଏ ମାନବ ଗୋ..ମାତାଙ୍କୁ କେବେ

  କରିବନି ଅବହେଳା

  ସବୁ ଦୁଃଖ ତୁମ ଖଣ୍ଡନ କରିବେ

  ସ୍ଵୟଂ ସାଜି ଚକାଡୋଳା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍