STORYMIRROR

Balaram Sethi

Others

3  

Balaram Sethi

Others

ପ୍ରତୀକ୍ଷା

ପ୍ରତୀକ୍ଷା

1 min
127


  କାହାକୁ ଅପେକ୍ଷା କରିବା ପ୍ରତୀକ୍ଷା

   ବହୁ ଯନ୍ତ୍ରଣା ଦାୟକ

  କାହା ଖବରକୁ କି ଦୂର ବାଟକୁ

   ଅତିକ୍ରମ ବଡ଼ କଷ୍ଟ ।।


  କୌଣସି ଯାନ ଓ ଗାଡି ପ୍ରତୀକ୍ଷାରେ

   ବହୁ କଷ୍ଟ ହୋଇ ଥାଏ

  ମନ ହୁଏ ସତେ ସମୟଟା ଆଜି

    ଲମ୍ବି ଲମ୍ବି ଯାଇଥାଏ ।।


  କି କରିପାରିବା ସମୟ ପାଖରେ

   'ନା' ଦୂରତାକୁ ଘୁଞ୍ଚାଇବା

  ବାଧକର ବିଧି ବିଧାତା ନିକଟେ

   ଅସହାୟ ହୋଇ ଯିବା ।।


  ନିଜେ ତ ନିଜକୁ ସମର୍ପଣ କରି

   ସାମିଲ କରି ନେବାରେ

  ଯନ୍ତ୍ରଣାକୁ ନିଜ ହୃଦୟରେ ଚାପି

   ଦିଗ୍ ଦର୍ଶନ ପାଇବାରେ ।।


  କେବେ ହେବ ଶାନ୍ତ ମନର କାମନା

    ଏହା ଗହନ ବେପାର    

  ଅପେକ୍ଷା ପ୍ରତୀକ୍ଷା  ଉପଶମ ହୁଏ

    ନିଜ ଉପରେ ନିର୍ଭର ।।


  ଆପଣ ମାନେତ ନିଜେ ଭୁକ୍ତ ଭୋଗି

   ଅପେକ୍ଷା ଯେ କେତେ କଷ୍ଟ

  ଅନେଇ ଅନେଇ ବୁଡ଼ିଯାଏ ବେଳ

    ମନ ହୁଏ ଛଟ ପଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍