STORYMIRROR

Balaram Sethi

Abstract

3  

Balaram Sethi

Abstract

ପୁଣ୍ୟ ବୈତରଣୀ

ପୁଣ୍ୟ ବୈତରଣୀ

1 min
121


   ଧନ୍ୟ ବୈତରଣୀ ଏ ଭବ ସାଗରେ

      ଧର୍ମ ମନ୍ଦାକିନୀ ନାମେ

   ପ୍ରକଟ ହେଲୁ ତୁ ଗୋନାଶିକା ତୀରେ

      ଆମ ଏ ଓଡିଶା ଧାମେ ।।


   ତୋ ନିର୍ଗମ ସ୍ଥଳ ଗୋନାଶିକା ତୀର

      ବିରାଜିତ   ବ୍ରହ୍ମେଶ୍ୱର

   ପୂଜା ପାଉଛନ୍ତି  ତୋ ବିଯନ ତୀରେ

      ସୌନ୍ଦର୍ଯ୍ୟ ପରିବେଶର ।।


   ସ୍ଥାପିଥିଲେ ବ୍ରହ୍ମା ତୋ ଅବତରଣେ

      ଗୁପ୍ତ ଗଙ୍ଗା ନାମେ ଖ୍ୟାତି

   ସତୀ ନାଭି ପୀଠ ଶୋଧନ କାରଣେ

     ଗୁପ୍ତ ରେ ଗଲୁ ତୁ ମାତି ।।


   ଦ୍ଵାପର ଯୁଗରେ ପାଣ୍ଡବ ତୋ କୋଳେ

       ବନ ବାସ କାଳେ ଆସି

   ଦିତୀୟ ପାଣ୍ଡବ   ଭୀମ ସେନ ବୀର

      ସ୍ନାନ  କରୁଥିଲେ ବସି ।।

  

   ଭୀମ କୁଣ୍ଡ ନାମ ବୋଲାଇ ସେଠାରୁ

      ପୂର୍ବ  ମୁହାଁଇ  ଧାଇଁଲୁ

   ଏହା ପରେ  ପୁଣି  ତୀର୍ଥ ଯାଜପୁର

      ବିରଜା ମା ଙ୍କୁ ଭେଟିଲୁ ।।


   ତୁହି ମୁକ ସାକ୍ଷୀ ଅତି ଐତିହ୍ୟ ନମୁନା

       ଜାତି କରେ ଆରାଧନା

   ସପତ ମାତୃକା   ବ୍ରହ୍ମା ଦୟା ବଳେ

      ହୋଇ ଥିଲା ସଂସ୍ଥା ପନା ।।


   ଧନ୍ୟ ଯାଜପୁର  ବୈତରଣୀ କୂଳ

      ତୀର୍ଥ ସତୀ ନାଭି ପୀଠ

   ତା କୃପାରେ ଆଜି ପ୍ରସିଦ୍ଧ ତୋହର

      ପଦ୍ମାସନେ  ଉପଗତ ।।


   ଜଳ ପଥେ ଗଲେ ଯାଜପୁର ଛାଡ଼ି

     ଭେଟେ ପୁଣି ସେ ଆରଡ଼ି

   ଦିନେ ଚାଷ ପୁଅ  କରୁଥିଲା ହଳ

     ରୁଧିର  ପଡ଼ିଲା  ଝରି ।।


   ପ୍ରକାଶ ହୋଇଲା ଜନ ସମାଜରେ

     ଆ..... ଶଦ୍ଧ ରୁ ଆରଡ଼ି

   ଆଖଣ୍ଡଳମଣି ନାମ ହେଲା ଖ୍ୟାତ

     ନାହିଁ ଗୁଣି ଓ ଗାରେଡ଼ି ।।


   ଆହୁରି ପବିତ୍ର କରେ ତୋ ବାରିଧି

      ମିଶି କେତେ ଉପ ନଦୀ

   ଧାମରା ମୁହାଣେ ପ୍ରବାହିତ ହେଉ

     ମାଆ ଧାମରାୟୀ ଦେବୀ ।।


   ବସିଛି ତୋ କୂଳେ ସାଗର ଅନାଇ

      ତା ମହିମା ଶକ୍ତି କେତେ

   ଧନ୍ୟ ତୁ ତା ପଣେ ଧାମରା ମୁହାଣେ

      ମିଶିଛୁ ସମୁଦ୍ର ବକ୍ଷେ ।।


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract