STORYMIRROR

Balaram Sethi

Others

3  

Balaram Sethi

Others

ଶିବେ ଦୟା

ଶିବେ ଦୟା

1 min
139

  ମହା ଭାରତର ଯୁଦ୍ଧ ଅନ୍ତ ପରେ

  ପାଣ୍ଡବ ମନରେ ଚିନ୍ତି

  ବିଜୟୀ ଭବିଲେ ବଧି ଆତ୍ମ ଜନ

  ଏ ପାପରୁ ହେବେ ମୁକ୍ତି ।।


  ପାଣ୍ଡବ ପାଞ୍ଚେଣ ପୁଛିଲେ କାରଣ

  ଅନ୍ତର୍ଯ୍ୟାମୀଙ୍କୁ ମନାସୀ

  ବତାଇଲେ କୃଷ୍ଣ ହିମାଳୟ ଯିବ

  କେଦାର ବନେ ପ୍ରବେଶି ।।


  ନିର୍ଜନ କାନନ ଜୀବଜନ୍ତୁ ଶୂନ୍ୟ

  ତୁଷାର ମଣ୍ଡିତ ଗିରି

  ମଧ୍ୟେ ପ୍ରବାହିତ ମାତା ମନ୍ଦାକିନୀ

  ଯୋଗାସନେ ଜଟାଧାରୀ ।।


  ବନ୍ୟ ଜନ୍ତୁ ଭରା ପଥ ବହୁ ଦୂର

  ଲଙ୍ଘି ନଈ ନାଳ ଝର

  ପାଦ ପଦ୍ମେ ଧ୍ୟାଇ ଶିବଙ୍କୁ ସେବିବ

  ଶଇଳ ଶିଖର ପର ।।


  ଶିବ ଦୟା କଲେ ମୋକ୍ଷ ପ୍ରାପ୍ତି ହେବ

  ଏ କଥା ଅନ୍ୟଥା ନୁହଁଇ

  ପହଞ୍ଚିଲେ ଆସି କେଦାର ବନରେ

  ଦର୍ଶନ କରିବା ପାଇଁ ।।


  ପାଣ୍ଡବଙ୍କୁ ଦେଖି ପ୍ରଭୂ ଶୂଳପାଣି

  ହେଲେ ଅଦୃଶ୍ୟ ସେ କ୍ଷଣି

  ଖୋଜିଣ ପାଣ୍ଡବ ନିରାଶ ହୋଇଲେ

  ପଡ଼ିଲା ତାଙ୍କ ଭାଳେଣି ।।


  ଏ ତୁଷାର କ୍ଷେତ୍ର ଶିବ କାହିଁ ଭଲେ

  ଏ ତ ଜନ ଶୂନ୍ୟ ସ୍ଥାନ

  ଆଗତ୍ୟ ଭବିଷ୍ୟ ଜାଣି ସହଦେବ

  କହିଲେ କେଦାର ଶୂନ୍ୟ ।।


  କ୍ରୋଧେ ଭୀମସେନ ହୋଇ ଜରଜର

  ଗଦାରେ ପ୍ରହାର କଲେ

  ଶୂନ୍ୟ ମଣ୍ଡପରୁ କେଦାର ଶରୀର

  ପାଞ୍ଚ ଖଣ୍ଡରେ ବାହାରେ ।।


  ଏ ବିଚିତ୍ର ଦେଖି କାନ୍ଦିଲେ ପାଣ୍ଡବ

  ଏ କି ଦୋଷ କଲେ ଆମେ

  ଏହା ଦେଖି ଶିବ ପ୍ରସନ୍ନ ହୋଇଲେ

  କେଦାର ନାଥ ର ନାମେ ।।


  ପାଣ୍ଡବ ଙ୍କୁ ପ୍ରଭୂ କହିଲେ ବୁଝାଇ

  ଲୀଳା ମୋର ଏହା ଥିଲା

  ପାଣ୍ଡବ ନାମରେ ଉଡ଼ିବ ମୋ ଧ୍ୱଜା

  ପଞ୍ଚ ନାମେ ଖ୍ୟାତ ହେଲା ।।


  ହିମାଳୟ ଶିରେ ଏହି ପୂଣ୍ୟ ତୀର୍ଥ

  ମୁକତିର ଏହି ପଥ

  ପାଣ୍ଡବ ଲଭିଣ ଏହି କ୍ଷେତ୍ର ମାନ

  ସେମାନେ ହୋଇଲେ ମୋକ୍ଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍