STORYMIRROR

Balaram Sethi

Others

3  

Balaram Sethi

Others

ସମାଧାନ ର ସଫଳତା

ସମାଧାନ ର ସଫଳତା

1 min
154


   ଏମିତି ବହୁତ  ଛୋଟ ବଡ କିଛି

   ସମାସ୍ୟା ଉପୁଜେ ମନେ

   ନିଷ୍ଠା ର ସହିତ ସମାଧାନ କଲେ

   ସୁଧୁରିବ  ତତ୍ କ୍ଷଣେ ।।


   ସଫଳତା ଖୁସି ଆପେ ଆପେ ଆସେ

   ଜୀବନ ହୁଅଇ ଧନ୍ୟ

   ଆତ୍ମ ହତ୍ୟା ର   ପ୍ରତିରୋଧ ପୁଣି

   ହୁଅଇ  ପରିବର୍ତ୍ତନ ।।


   ଏହି ଆତ୍ମ ହତ୍ୟା ଜନ ସମୂହ ରେ

   ମାନସିକ ବ୍ୟାଧି ପ୍ରାୟ

   ଘୁରି ବୁଲୁ ଥାଏ ଜନ ସମାଜ ରେ

   କରି ଦିଏ ନିରୁପାୟ ।।


   ମଣିଷ ମନରେ  ମାନସିକ ଚାପ

   ଆତ୍ମ ହତ୍ୟା ର କାରଣ

   ଅର୍ଥ ଗତ ତଥା ନିଶା ସେବନ ରେ

   ଅଟେ କି ଉଦାହରଣ ।।


   ଅନେକ ସମସ୍ୟା  ମଣିଷ ମନକୁ

   ଅସହାୟ ବୋଧ ହୁଏ

   ଉପାୟ ହୀନତା ହୋଇଯାଇ ସିଏ

   ଆତ୍ମ ହତ୍ୟା ବାଛି ନିଏ ।।


   କେହି କେହି ପୁଣି ହତାସେ ବଞ୍ଚନ୍ତି

   ମରି ଗଲେ ଭଲ ବୋଲି

   ମନର କଥା କୁ ମନେ ମନେ ଚାପି

   କହି ପରାନ୍ତି ନି ଖୋଲି ।।


   ତେଣୁ ଏ ସମୟେ ସେମାନଙ୍କ କଥା

   ଧର୍ଯ୍ୟ ର ସହ ଶୁଣିବା

   ସମାଧାନ ପାଇଁ  ବାଟ ବାଛି ନେଇ

   ତାଙ୍କୁ ସାହାଯ୍ୟ କରିବା ।।


   ସୁସ୍ଥ ସକାରାତ୍ମକ  ମାନସିକତା କୁ

   ସଜାଗ କରି ପାରିବା

   ଜୀବନ ର ଠିକ୍ ମାର୍ଗ ଦୃଷ୍ଟି କୋଣେ

   ସମସ୍ତେ ସଜାଗ ହେବା ।।


   ମାନସିକ ରୋଗ ଗ୍ରସ୍ଥ ଲୋକମାନେ

   ସବୁକଥା କୁ ନ ଲୁଚାଇ

   ଚିକିତ୍ସା କରାଇବା ଅତ୍ୟନ୍ତ ଜରୁରୀ

   ଡାକ୍ତର ଙ୍କୁ ଦେଖାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍