STORYMIRROR

Balaram Sethi

Others

3  

Balaram Sethi

Others

ନାତିଆ ଟୋକା

ନାତିଆ ଟୋକା

1 min
165

  ଶୁଣ ଶୁଣ ପରା ମୋ ନାତି ନାତୁଣୀ

  କାହିଁକି କରୁଛ କଳି

  ନାତିଆ ଟୋକାଟା ଭାରି ଅଝଟିଆ

  ନାତୁଣୀ ଖାଉଛି ଗାଳି ।।


  ବୟସ ଗଲାଣି  ନଇଁ ପଡିଲିଣି

  ବାଡି ଖଣ୍ଡେ ମୋର ସାହା

  ପିଲା ଦିନ କଥା ମନେ ପଡ଼ିଯାଏ

  ନାତିଆ ହେବୁ ମୋ ସାହା ।।

 

  ମୋ ବାପା ଦିଅନ୍ତି ଛବି ବହି ମୋତେ

  ବଜାରରୁ କିଣି ଆଣି

  ସନ୍ଧ୍ୟା ଓ ସକାଳେ ବହି ପଢ଼ୁଥିଲୁ

  ଦୁଇ ଭାଇ ଓ ଭଉଣୀ ।।


  ଓଡ଼ିଆ ଭାଷାକୁ ଘୋଷି ଚାଲୁଥିଲୁ

  ବର୍ଣ୍ଣ ବୋଧ ବହି ପଢ଼ି

  ଆ.. ଆ.. ଫଳା ସେଉଠୁଁ ଆରମ୍ଭ

  ତୁ ତ ଗଲୁଣି ବିଗିଡି ।।


  ଆମ ଗାଁ ର ସେ  ନିତିଆ ଗୁରୁଜୀ

  ଆଁ... କରି ମାରେ ହାଇ

  ପାଟି ଶୁଭି ଗଲେ ଚଉକିରୁ ଉଠି

  ବେତରେ ଦ୍ୟନ୍ତି ଠୁକେଇ ।।


  କଥା ମାନି ଆମେ ବହି ପଢ଼ୁଥିଲୁ

  ବଡ଼ ପାଟିକୁ ମେଲାଇ

  ବର୍ଣ୍ଣବୋଧ ବହି ଘୋଷି ଚାଲି ଥିଲୁ

  ଗୁରୁଜୀଙ୍କୁ ଭୟ ପାଇ ।।


  ବିଦ୍ୟା ଆମ ମିତ ବିଦ୍ୟା ଆମ ବଳ

  ବିଦ୍ୟା ତ ସବୁରି ଧନ

  ନ ବୁଝି ଏହାକୁ ଅବୁଝା ହୁଏ ଯେ

  ମୁର୍ଖ ହୁଏ ସେହି ଜନ ।।


  ଅରଣା ମଇଁଷି ରହିଛି ଅନାଇ

  ତା ପାଖକୁ ଯାଅ ନାହିଁ

  ରାତି ପାହିଲାଣି ରାବଇ ତ କାଉ

  (ଆଉ)କାଉ ଡାକ ସବୁ ନାହିଁ।।


  ନାତିଆ ଟୋକାଟା ଭାରି ଅଝଟିଆ

  ଅଜା ହାତ ଧରି ଚାଲେ

  ଅଝଟ ପଣକୁ ଭୁଲି ଯାଇ ନାତି

  ନିଜେ ନିଜକୁ ସମ୍ଭାଳେ ।।


  ଦେଖି ଏ ଦୁର୍ଦ୍ଦଶା ନାତିଆ ଟୋକାଟା

  ଅଜାଙ୍କ ହାତକୁ ଛାଡ଼ି

  ବଙ୍କୁଲି ବାଡିଟି ଧରାଇ ହାତରେ

  ନିଜେ ପଳାଏ ଦଉଡ଼ି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍