Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Balaram Sethi

Abstract

4  

Balaram Sethi

Abstract

ସର୍ଜନା ଏ ହେମନ୍ତର

ସର୍ଜନା ଏ ହେମନ୍ତର

1 min
378



   ବିରାଜେ ପଲ୍ଲୀର ନିର୍ମଳ ହେମନ୍ତ

   ବିଦାୟ ନିଏ  ଶରତ

   ବିନ୍ଦୁ ବିନ୍ଦୁ ମୂକ୍ତା ଶିଶିର ବିଛାଇ

   ଖେଳେ ସୁନା ଶଶ୍ୟ କ୍ଷେତ୍ର ।


   ଥିରି ଥିରି ଶୀତ ଆସଇ ହେମନ୍ତେ

   ଧରି ବାର ଓଷା ବ୍ରତ

   ଘନ ଅନ୍ଧକାରେ ଦ୍ଵିପାବଳି ଭେଟି

   ପଲ୍ଲୀ ଉଠେ ମୁଖରିତ ।


   ରାତି ରେ ଜଳାଇ କାଉଁରିଆ କାଠି

   ପୂର୍ବ ପୁରୁଷଙ୍କୁ ଦେଇ ଭେଟି

   ଜଳାଇ ରୋଷଣୀ ଢୋ ଢା ବାଣ

   ପଲ୍ଲୀ  ବାସୀ ମାତି ଥାନ୍ତି ।


   ମର୍ତ୍ତ୍ୟକୁ କମଳା  ଆସନ୍ତି ଓହ୍ଲାଇ

   ଅଭାବ ଦେଇ ଘୁଞ୍ଚାଇ

   ପୁଷ୍ପ ସମ୍ଭାଷଣେ ହସେ ପଲ୍ଲୀ ମାତା

   ମୁରୁଜ ଚିତା ପକାଇ ।


   ବାଣୀଜ୍ୟ ସାଧନେ ହୁଏ ଆୟୋଜନ

   ବୋଇତ ବନ୍ଧାଣ ପାଇଁ

   ପୂର୍ବ ପୁରୁଷଙ୍କ  କୀର୍ତ୍ତି ଓ ବୃତ୍ତି କୁ

   ସାଧବାଣୀ ଏ କରଇ ।


   ସାଧବାଣୀ ବନ୍ଦେ ରାସ ପୂର୍ଣିମା ରେ

   ବୋଇତ କୁ ସରୋବରେ

   ଲାଗେ ପୂଜା ଭିଡ ଚାଲେ ହବିଶ୍ୟାଙ୍କ

   ଶିବ ମନ୍ଦିର ବେଢ଼ାରେ ।


   ପଲ୍ଲୀ ପୁରେ ଚାଲେ ବ୍ରତ ଆରାଧନା

   ମାର୍ଗଶୀର ଗୁରୁ ବାରେ

   ଲକ୍ଷ୍ମୀ ମାତା ପଲ୍ଲୀ ପୁରେ ବିରାଜନ୍ତି

   ମଙ୍ଗଳ ମନାସୀ ବାରେ ।


   କ୍ଷେତ ରେ କୃଷକ ଶସ୍ୟ ଭାର ବୋହି

   ଥାପନ୍ତି ହଳା ଗଦାରେ

   ସୁବର୍ଣ୍ଣ  ପାହାଡ଼  ପ୍ରାୟ ଧାନ ଗଦା

   ଅପୂର୍ବ ସୌନ୍ଦର୍ଯ୍ୟ ଭରେ ।


Rate this content
Log in

Similar oriya poem from Abstract