Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Abstract

3  

PUSPALATA SAHOO

Abstract

ଭଡା ଘର

ଭଡା ଘର

1 min
179


ଅଳ୍ପ କିଛି ଟଙ୍କାରେ 

ମିଳନ୍ତା କି ଗୋଟେ ଭଡାଘର 

ଚଳିଯାନ୍ତି କିଛି ଦିନ 

ପିଲା ଛୁଆ ସଂସାର ଧରି 

କରୋନା ତ ଛଡେଇ ନେଇଛି 

ବେଉସା ମୋର 

ଦାଦନ ଖଟିବାକୁ ଯାଇଥିଲି 

କିନ୍ତୁ ସବୁ ଆଶା 

ଆଶାରେ ରହିଗଲା 

କଷ୍ଟ କରି ଉପାର୍ଜନ କରିଥିବା 

କିଛି ଟଙ୍କାରେ କଷ୍ଟେ ମଷ୍ଟେ 

ଚଳିଯିବି ବୋଲି ଭାବିଥିଲି !

ପୁଅ ଟିକେ ପାରି ଗଲେ 

ମୁଣ୍ଡକୁ ହାତ ପାଇଲେ 

ନିଜେ ନିଜ ହାତରେ 

ବନେଇ ଦେବି ଗୋଟେ ଘର 

ନ ଥିବ ମୋର ଭଡାଘର ଚିନ୍ତା 

କିଛି ଖାଏ କି ନ ଖାଏ 

ମୁହଁ ମାଡି ପଡିଥିବି 

କେହି ମୋତେ ଚାଲି ଯିବାକୁ 

କହିବେନି ଘର ଛାଡି 

କାହିଁକି ନା ସେଇଟା 

ଭଡା ଘର ନୁହେଁ ମୋ ନିଜର ।


Rate this content
Log in

Similar oriya poem from Abstract