ବର୍ଷାରାଣୀ
ବର୍ଷାରାଣୀ


ବରଷାରାଣୀ ତା ଆଖିରେ ପାଣି
କାନ୍ଦି କହେ ସେ ଦୁଃଖ କାହାଣୀ !
ଭାରି ଅଭିମାନୀ ରାଜନନ୍ଦିନୀ
ଦୁଃଖରେ ଭରିଛି ହୃଦୟ ପୁଣି !
ମୌସୁମୀ ଆସିଛି ମେଘକୁ ନେଇ
ବରଷିବ ବୋଲି ବରଷୁ ନାହିଁ !
ଚାରିଆଡ ଦିଶେ ଟାଙ୍ଗରା ଭୂଇଁ
ଧରାରେ ତପତ ଉଠୁଛି ଚେଇଁ !
ଜଙ୍ଗଲକୁ କାଟି କଲାଣି ପଦା
ବର୍ଷା ବିନା ଭୂଇଁ ହେଉନି ଓଦା !
ଧାରା ଶିରାବଣ ଆସିଲା ଦିନୁ
ଧରଣୀ ମାଆର ଶୁଖିଛି ପେନୁ !
ବିଜ୍ଞାନ ମଣିଷ ଅଜ୍ଞାନ ହୋଇ
ଜ୍ଞାନକୁ ତାହାର ଦେଲା ହଜାଇ !
ହଜିଛି ବିବେକ ହଜିଛି ବୁଦ୍ଧି
ହେଉନି ଆମର କାମନା ସିଦ୍ଧି !
ବରଷା ଦିନିଆଁ ପରିବା ଡାଲା
କାନ୍ଦୁଛି ଆମକୁ ଅନାଇ ଭଲା !
କେଉଁ କାଳ ଏବେ ଆସିଲା ପୁଣି
ପୋଛି ନେଲା ଚାଷୀ ଆଖିରୁ ପାଣି !
ଲୁଚାଇ ଲୁହକୁ କାନ୍ଦେ କଇଁ କଇଁ
ଚାଷ କି ହୋଇବ ବରଷା ନାଇଁ !
ଆକୁଳେ ସଭିଏଁ ପ୍ରାର୍ଥନା କରି
ବରଷା ରାଣୀକୁ ଆଣିବା ସ୍ମରି !