Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Tragedy

3  

Lata Behera

Tragedy

ମାଆ

ମାଆ

2 mins
181


ଛୋଟରୁ ଜାଣିନି କ'ଣ 

   ମାଆ ସ୍ନେହ ମମତା

କେମିତି ଲାଗେ ବି ସିଏ

   ନ ଥିଲା ବି ପତ୍ତା ।


ଆଖି ଖୋଲି ପ୍ରଥମେ ମୁଁ  

  ଦେଖିଲି ଯାହାକୁ 

ହାତ ଖୋଲି ନେଇ ଗଲା 

  ମୋତେ ତା କୋଳକୁ ।


ତା କୋଳରେ ବଡ ହେଇ 

   ଦେଖିଲି ଦୁନିଆ 

ସେଇ ମୋର ସାହା ହେଲା 

   ସେଇ ମୋର ମାଆ ।


ତା ହାତ ଧରିଣ ମୁହିଁ 

   ଚାଲି ଯେ ଶିଖିଲି

ତା କୋଳରେ ବସି କେତେ

   କଥା ମୁଁ କହିଲି ।


ଝୁଣ୍ଟି ମୁଁ ପଡିଲେ ସିଏ

   ଆସେ ପାଶେ ଧାଇଁ 

ପଣତରେ ପୋଛି ଦେଇ

   ନିଏ ସେ କୋଳେଇ ।


ତା କୋଳରେ ରହି ମୁହିଁ 

   କାନ୍ଦେ କୁଆଁ କୁଆଁ ।

ସେଇ ମୋର ସାହା ଥିଲା 

   ସେଇ ମୋର ମାଆ ।


ସକାଳୁ ଉଠି ବଢାରେ

   ଭାତ ରାନ୍ଧି ଥାଏ 

କ୍ଷୀର ଆଳୁ ଚକଟିଣ 

  ହାତେ ଖୋଇ ଦିଏ ।


ପୋଷାକ ପିନ୍ଧେଇ ଦେଇ 

   ଲଗାଏ ସେ କଳା

ମନ ଭୁଲାଣିଆ କଥା

   କେତେ ସ୍ନେହ ବୋଳା ।


ତା ପାଇଁ ପାଇଲି ମୁହିଁ  

   ଏକ ରାହା ନୂଆ ।

ସିଏ ମୋର ସାହା ହେଲା 

  ସିଏ ମୋର ମାଆ ।


ଅଝଟ ହୋଇଲେ କେତେ

   ମୋତେ ସେ ବୁଝାଏ

କି ସୁନ୍ଦର ଗୀତ ଗାଇ 

  ଜହ୍ନକୁ ଦେଖାଏ ।


ତା କୋଳରେ ଧରି ମୋତେ

   ଶୁଆଇଣ ଦିଏ

ମାଆର ଉଷୁମ ମୁହିଁ 

   ତା' ଠାରୁ ପାଏ ।


ନ ଦେଖିଲେ ତାକୁ ମୋତେ

   ଲାଗଇ ଛାନିଆଁ ।

ସିଏ ମୋର ସାହା ଥିଲା 

  ସିଏ ମୋର ମାଆ ।


ବଞ୍ଚିବା ଆଶା ନ ଥିଲା 

   ହେଇଥିଲା ଜର

ସେବା କରୁଥିଲା ସିଏ

   ରହି ଉଜାଗର ।


ମୋ ମରଣ ପାଇଁ କେତେ

   ହେଉ ଥିଲେ ଖୁସି

କାନ୍ଦେ ସିଏ ଦିନ ରାତି

   ମୋ ପାଖରେ ବସି ।


ତା ଆଖିରୁ ଝରୁଥିଲା

   ଲୁହ ଅମାନିଆ ।

ସିଏ ମୋ ଜୀବନ ଥିଲା

  ସିଏ ମୋର ମାଆ ।


ଠାକୁରାଣୀ ପାଖେ ଯାଇ 

   ଅଧିଆ ପଡିଲା

ଘୋଡା ଦେବ ବୋଲି କାନ୍ଦି 

  ମାନସିକ କଲା ।


ସେଇ ଦିନ ଠାରୁ ଦେହ 

  ସୁସ୍ଥ ହେଇଗଲା

ଛାଇ ପରି ସର୍ବଦା ମୋ 

  ପାଖେ ସେ ରହିଲା ।


ତା ପାଇଁ ପାଇଲି ମୁହିଁ 

  ଜୀବନ ତ ନୂଆ ।

ସିଏ ମୋର ସାହା ଥିଲା 

  ସିଏ ମୋର ମାଆ ।


ସାଙ୍ଗରେ ଧରିଣ ଯାତ 

  ଦେଖାଇଣ ନିଏ

କରାଟୁ ପଇସା କାଢି

  ଖାଇବାକୁ ଦିଏ ।


କେତେ ଗପ କହୁ ଥାଏ

  ସେ ପୁରାଣ କଥା

ରାଜା ରାଣୀ ପୁଣି ପରୀ

  ରାଇଜର ଗାଥା ।


ସଂସ୍କାର ଶିଖାଏ ନିତି 

  କେତେ ନୂଆ ନୁଆ ।

ସିଏ ମୋର ସାହା ଥିଲା 

  ସିଏ ମୋର ମାଆ ।


ତା' ଲାଗି ବିଦ୍ୟାଳୟେ 

  ପାଠ ମୁଁ ପଢିଲି

ଦୁଃଖ କ'ଣ ନା ଜୀବନେ

  କିଛି ଜାଣି ଥିଲି ।


 ଶିଖାଏ ସଂସ୍କାର ସିଏ

  ଧୈର୍ଯ୍ୟ ବି ଶିଖାଏ

ତା ପାଇଁ ଠାକୁରଙ୍କୁ

 କେତେ ଭଲ ପାଏ ।


ଶିଖାଇଣ ଦେଲା ସିଏ

  ଭକତି ବି ନୂଆ ।

ସିଏ ମୋର ସାହା ଥିଲା 

  ସିଏ ମୋର ମାଆ ।


ବଡ ହେଇ ଗଲି ଯେବେ 

  ସିଏ ଚାଲି ଗଲା

କଥା ଦେଇ ଅଧା ବାଟେ 

  ମୋତେ ଠକି ଦେଲା ।


ଖସି ଗଲା ପାଦ ତଳୁ

  ମୋହର ଯେ ମାଟି

ଲୋତକରେ ଭିଜେ ଗଲା

  ମୋ ଆଖି ଦୁଇଟି ।

ନିଆଁ ଜାଳି ଚୂଲିରେ ମୁଁ 

  ଭାଜି ଦେଲି ଲିଆ ।

ସେ ଲିଆରେ ଶେଷ ବିଦା

   ହେଇ ଥିଲା ମାଆ ।


ଏତେ ବଡ ଦୁନିଆରେ 

  ଏକା ହେଇ ଗଲି

ସଂଘର୍ଷ କରିଣ ନିଜେ

   ବଞ୍ଚିବା ଶିଖିଲି ।


ପାଇଗଲି ଠାକୁରଙ୍କୁ 

   ସାଥି ହେଲେ ମାଆ

ଆଣି ଦେଲେ ଦୁନିଆରେ 

   ଜୀବନ ସେ ନୂଆ ।

ତା ଭିତରେ ଖୋଜୁଛି ବି

   ମୁଁ ସେଇ ମାଆ ।


ଏବେବି ଏ ମନ ମୋର

   ତା କଥା ଭାବୁଛି 

ତା ଭଲ ପାଇବା ସ୍ମୃତି 

   ଆଖିରେ ଭାସୁଛି ।


ସିଏ ଗଲା ପରେ ମାଆ

   ଡାକ ମୋ ହଜିଛି

ତାର ସ୍ଥାନ ନା ଆଉ 

   କେ ନେଇ ପାରୁଛି ।


ସିଏ ଆଉ କେହି ନୁହେଁ 

  ମୋ ଜେଜେମାଆ।

ସିଏ ମୋର ସାହା ଥିଲା 

  ସିଏ ମୋର ମାଆ ।



Rate this content
Log in

Similar oriya poem from Tragedy