Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Tragedy Inspirational

4  

Prasanna Kumar Madala

Tragedy Inspirational

ବିଶେଷ ସଂଗ୍ରାମ

ବିଶେଷ ସଂଗ୍ରାମ

1 min
13.6K


ସତ୍ୟାଗ୍ରହୀ ଯେତେ     ସଂଗ୍ରାମର ଅନ୍ତେ 

       ସରଗେ ବସିଲେ ଯାଇ

ସୁଖେ ଆଶା ବାନ୍ଧୁ       ଶେଷ ରକ୍ତ ବିନ୍ଦୁ 

       ଶୁଖେ ସରହଦେ ଥାଇ ।

ଚାରି ଶହ ବର୍ଷ        ଚାହିଁଥିଲା ଦେଶ

        ଚାଖିବାକୁ ମୁକ୍ତ ବାୟୁ

ଚାରି ଦିଗୁ ଆସି        ଚାଷୀ ଚପରାସୀ

       ଚାହୁଁ ଚାହୁଁ ଦେଲେ ଆୟୁ ।

ସତୁରୀ ବରଷ       ସତେ ହେଲା ଶେଷ

       ସ୍ୱାଧୀନତା ଗଲା କାହିଁ

ସାତ ଭାଇ ଭେଦ       ସମ୍ବନ୍ଧେ ବିଚ୍ଛେଦ

       ସରମେ ସ୍ୱାର୍ଥକୁ ଚାହିଁ ।

ଜଟିଳ ବିଧାନ          ଜାତି ଆରକ୍ଷଣ 

        ଜଣାଶୁଣା ବ୍ୟଥା ଏହି

ଜନମେ ଗରିବ         ଜଠରୁ ଅଭାବ

       ଜଘନ୍ୟ ଯାତନା ସେହି ।

ସମସ୍ତେ ନାଚାର        ସମାନ ବିଚାର

       ସପନ ହୋଇଛି ଦେଶେ

ସାମାଜିକ ଦ୍ୱେଷେ       ସମ୍ଭ୍ରାନ୍ତ ହରଷେ

       ସଞ୍ଚନ୍ତି ରକ୍ଷକ ବେଶେ ।

ଭ୍ରଷ୍ଟାଚାରୀ ସର୍ବେ      ଭିନ୍ନ ଭିନ୍ନ ମାର୍ଗେ

       ଭରିଲେ ଭଣ୍ଡାର ଜାଲ 

ଭାଗ ଭାଗ କରି      ଭାଙ୍ଗିଲେ ଆବୋରି

       ଭାରତ ମାଆର ଭାଲ ।

କରୁଛି ଆହ୍ଵାନ        କ୍ରାନ୍ତିକାରୀ ଶୁଣ

       କାଳ ଯାଏ ଦୁଃଖେ ସରି

କାଢିବା କଳୁଷ        କି ସୁନ୍ଦର ଦେଶ

       କୁସଂସ୍କାରେ ଅଛି ଭରି ।

ପରିବେଶ ମାନ         ପ୍ରତି ଜାଗରଣ

        ପ୍ରତିକୂଳ ଧର୍ମାଚାର

ପ୍ରକଟ କରାଇ        ପାରିଲେ ଧରାଇ

       ପ୍ରଗତି ହୁଅନ୍ତା ସାର ।

ବିଭାଗୀୟ ନ୍ୟାୟ        ବିକଶିତ ପ୍ରାୟ

        ବିତରଣେ ସମ କରି

ବିଶେଷ ସଂଗ୍ରାମ        ବଳରେ ବିଷମ

        ବିପଦୁ ପାରିବା ତରି ।

       ପ୍ରସନ୍ନ କୁମାର ମାଦଳା

#Positiveindia


Rate this content
Log in