STORYMIRROR

Mr.GAGAN BIHARI NAYAK

Tragedy

3  

Mr.GAGAN BIHARI NAYAK

Tragedy

ଜୟ ମାଁ' ଦୁର୍ଗା

ଜୟ ମାଁ' ଦୁର୍ଗା

1 min
205


ନିସ୍ତାରି ଦୁର୍ଗତି ଆସୁ ମା' ଦୁର୍ଗା ଦେବୀ

ସମବେତ ସ୍ୱରେ ସୁର ତୋ ପାଦ ବନ୍ଦି

କଲେ ସ୍ତୁତି ଚାରଣ...

ଜୟ ଜୟ ମା ଦୁର୍ଗା କର ତାରଣ (0)


ରକ୍ତବୀର୍ଯ୍ୟ ମରି ନାହିଁ କୂଳ ତାର ବଞ୍ଚିଛି । 

ଏ ଧରାଧାମରେ ରହି ବଧ ସିଏ କରୁଛି।

ପର ଧନ ହରୁଛି ସେ ପର ନାରୀ ରମୁଛି।

ଆପେ ଜୀଇଁ ଦୁର୍ବଳକୁ ଶୋଷି ଶୋଷି ଚାଲିଛି।

ମାଆ ରୂପେ ଅବତରୀ 

ଆସିଛ ମା' ସିଦ୍ଧେଶ୍ଵରୀ।

ତ୍ରିଶୂଳ ନିକ୍ଷେପ କରି 

ବକ୍ଷ କର ବିଦାରଣ (1) 


ବିନାଶ କରି ଅସୁର ସୁର କରିଲ ଉଦ୍ଧାର।

ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।।

ଦୁର୍ବଳକୁ ବଳ ଦେଉ ଗରିବକୁ ଧନ।

ସାହା ହୁଅ ତାରେ ଯିଏ ଅଟେ ହୀନିମାନ। 

ଦିଅ ହେ ଅଭୟ ବାଣ୍ଟି

ସଂସାରେ ଯିଏ ଅଛନ୍ତି 

ଦାନ ଦେଇ ଉଦ୍ଧାର ମା' 

ବଞ୍ଚିତ ଶୋଷିତ ପ୍ରାଣ (2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy