STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଫେରୁଛି କରୋନା

ଫେରୁଛି କରୋନା

1 min
218


କରୋନା ମହାମାରୀ ଲେଉଟୁଛି ବନ୍ଧୁ ସାବଧାନ ଲୋଡା ଏବେ

କେତେ ଛଟପଟ କରିଛି ସେଦିନ ଭୁଲି ହେବ ନାହିଁ କେବେ

ଆଉ ଥରେ ଯେବେ ମାଡିବ କରୋନା

ତ୍ରାହି ନାହିଁ ଆଉ ତା କରାଳ ଛାୟା କାବୁ କରି ନେବ ସର୍ବେ 

କରିବ ହିନସ୍ତା ନିସ୍ତାର ନାହିଁରେ ଛାଡ଼ିବ କି ଆଉ ତୋତେ ।। 


ଯେବେଳେ କରୋନା ଛାଡିଲା ଚାଇନା ମାଡ଼ିଗଲା ଧରା ସାରା 

କେତେ କେତେ ଘର ଉଜାଡି ଦେଇଛି ଦେଖାଇ ତା ପତିଆରା

ଚାରିଆଡେ ଖାଲି ଶବ ପଟୁଆର 

ଖେଳିଲା ଦୁର୍ଗନ୍ଧ ଗଗନ ପବନ ଶହସ୍ର ଯୁଇର ନିଆଁ  

ଲିଭି ନାହିଁ ସେହି ଦୁରୁଦିନ, ଲୁହ ଝରେ ଯଥା ବାରି ଧାରା ।।


କେମିତି ଭୁଲିବି ସେ କାଳ ରାହୁକୁ କରିଛି ଯେତେ ହିନସ୍ତା

ଦାଣ୍ଡର ଭିକାରୀ କରି ଦେଇ ଗଲା କି କହିବି ତା’ର କଥା

ଅସାବଧାନତା ହେଲେ ବନ୍ଧୁ ଆମେ

ଛାଡ଼ିବ ନାହିଁ ସେ ମାଡିଯିବ ପୁଣି ନ ଭାବ ତାହା ଅନ୍ୟଥା

ଲେଉଟିବ ଯେବେ ଭରିଦେବ ପୁଣି ଆଉ କେତେ କେତେ ବ୍ୟଥା ।।


ମୋର ଏ ଆକୁଳ ମିନତୀ ବନ୍ଧୁ ହେ ସାବଧାନ ହେବା ଆସ

ନିଜେ ବଞ୍ଚି ଦେଶ ବଞ୍ଚାଇବା ପାଇଁ କରିବା ଆମେ ପୟାସ

ସ୍ଵାର୍ଥ ତେଜି ହେବାର ନିଃସ୍ଵାର୍ଥପରରେ

କରୋନାକୁ ଡର ନ ରହିବ ଆଉ ହୋଇଯିବ ସେ ନିଃଶେଷ

ଭାରତୀୟ ବୈଦ୍ୟ ତା ଯମ ସମାନ ତା ପାଇଁ ଆଣିଛି ବିଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy