STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ରିପୁଃ

ରିପୁଃ

1 min
311


ଦୁନିଆଁ ରେ ଦେଖ କେତେ ନର ନାରୀ କେତେ ଅଭିନୟ ଛଳେ

ସଂସାର ଭିତରେ ବାସ କରିଛନ୍ତି କେତେ କଳା କଉଶଳେ

ଭିକାରୀ ଅଟଇ, ଧନୀକ ବଇରି ଲୋଭିଧନୀ ତାକୁ ଡରେ

ଭିକାରୀ ଦେଖିଲେ ମଣଇ ବଇରି ଦୁଆରୁ ଦେଖିଲେ ତଡେ ।।


ପଣ୍ଡିତ ମଣ୍ଡିତ କରେ ସଭା ମଞ୍ଚ ମୁରୁଖ ଜନ ମନରେ

ଉଦ୍ରେକ ହୁଅଇ ହିଂସା ଭାବ ମନେ ଯେହ୍ନେ ବଇରି ପ୍ରକାରେ

ମୁରୁଖ ଜନର ରିପୁ ଜ୍ଞାନୀ ଜନ ଏହା ମୁନି ରୁଷି ବାଣୀ

ସତ୍ୟ ବଚନ ୟେ ଅନ୍ୟଥା ନୁହଇ ଲେଖେ କବିର ଲେଖନୀ ।।


ନାରୀ ଯେବେ ବ୍ୟଭିଚାରିଣୀ ହୋଇଲା ସ୍ଵାମୀ ତା ଶତ୍ରୁ ହୁଅଇ 

ଉପରେ ଉପରେ ହସି ହସି ବିଷ ଦେଇ ଜୀବନ ନିଅଇ

ନିଖୁଣ ସୁନ୍ଦର ଅଭିନୟ କରେ ବହୁରୂପୀ ପରକାରେ

ନାରୀ ଜାତିର ୟେ କଳଂକ ପ୍ରତିମା ସଂସାର ରଙ୍ଗମଞ୍ଚରେ ।।


ଚୌରବୃତ୍ତି ଜନେ ଚନ୍ଦ୍ରମା ବିଇରି ଦୁନିଆଁ ଭିତରେ “ଏତେ

ପ୍ରକାର ର ପ୍ରାଣୀ” ଅଛନ୍ତି ବୁଝିବେ କବିତାରେ ହେ କୋବିଦେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics