STORYMIRROR

Dr Simant Kumar Nanda

Classics

3  

Dr Simant Kumar Nanda

Classics

ପଦ୍ମ ଗୀତା

ପଦ୍ମ ଗୀତା

1 min
190


କୋମଳ କମଳେ, ବିଜେ ମା'

 କମଳା,

ଦେଖଲୋ ସୁନ୍ଦରୀ ସହୀ,

ବିଷ୍ଣୁ ବାମ ଅଙ୍ଗେ ଉଭା ହୋଇଛନ୍ତି,

ମହାଲକ୍ଷ୍ମୀ ପାଟ୍ଟଦେଇ।


କାମୁକ ଭ୍ରମର ପ୍ରଣୟର ଆଶେ,

 ପଙ୍କଜେ ବସିଲା ଯାଇ,

ରାଜୀବ ସୁମୁଖୀ, ଦିନମଣି ଗତେ,

ପାଖୁଡ଼ା ବୁଜିଣ ଦେଇ।


ଲମ୍ପଟ ଜୀବନ ନଳିନୀ ଗୃହରେ

ଛଟପଟ ଖାଲି ହେଲା,

ପୂର୍ବ ଦିଗେ ରବି ଉଦୟ ହୁଅନ୍ତେ,

ପଦ୍ମ ଦ୍ଵାର ମେଲା କଲା।


ଜୀବନ ନାଟିକା ହାରିଲା ମଧୂପ

ଯଉବନେ ମଢା ହେଲା।

ପାପ ମନ ଅଟେ ମଧୁକର ସମ,

ସରସୀଜ ଶିକ୍ଷା ଦେଲା ।


ପୁରୁଷର ମନ ମଧୁପ ଯେସନ,

ବୁଲି ବୁଲି ରସ ପିଏ।

ଧୂର୍ତ୍ତ ପ୍ରବୃତ୍ତି , ପ୍ରଘଟ ହୋଇଲେ,

ଲାଞ୍ଛନା ପ୍ରାପତ ହୁଏ


ନିଜ ନାରୀ ବିନା ଆନରେ ଯାହାର

ମତି ରହିଥାଏ ସ୍ଥିର, 

ସେ ନର ପାମର ହୃଦକୁ ବିନ୍ଧଇ,

ଯାତନାର କାମଶର।


ଅଯୋଧ୍ୟା ନରେଶ,ଶ୍ରୀ ରଘୁନନ୍ଦନ

ମର୍ଯ୍ୟାଦା ସୀମାରେ ରହି,

ଏକପତ୍ନୀ ବ୍ରତେ,ଯୁଗ ବିତାଇଲେ,

ତେଜି ମାତା ବୈଦେହୀ।


କଳି ଯୁଗେ ନର,ହୋଇଲେ ସନ୍ତୁଷ୍ଟ,

ପାଶେ ରଖି ଧର୍ମପତ୍ନୀ,

ସେ ମନ୍ଦିରେ ବିଜେ କରିବେ ନିଶ୍ଚିତ,

ବିଷ୍ଣୁ ଲକ୍ଷ୍ମୀପାଟ୍ଟରାଣୀ।


ଅବାଧ୍ୟ ମନକୁ ସଂଯତ କରିବ

ବିବେକ, ବୁଦ୍ଧି କୁ ଦେଇ,

ଧର୍ମ ଦାଣ୍ଡେ ଗଡି, ଜୀବନ ର ଗାଡ଼ି

ପାପ ହୋଇଯିବ ଧୋଇ।


କର୍ମ ଟି ତୋହର ନିଜ ଗୁରୁ, ବାବୁ

କରିବୁନି ଜମା ହେଳା,

ଫଳ ରେ ଆଶା ତୁ ରଖିବୁନି କେଭେଁ,

ବୁଡ଼ିଯିବ ତୋର ଭେଳା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics