STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ରଥଯାତ୍ରା

ରଥଯାତ୍ରା

1 min
178

ବଳଭଦ୍ର ପଚାରନ୍ତି କହ୍ନେଇକୁ ଚାହିଁ 

ରଥଯାତ୍ରାକୁ ଏଥର ଯିବାର କି ନାହିଁ

ଗଲା ସନ ଯାଇଥିଲେ ଭକତ ନ ଥିଲେ  

ସେଥିପାଇଁ ମନ ମୋର ଅସନ୍ତୋଷ ତୁଲେ

ଜଗନ୍ନାଥ ହସିଦେଇ କହନ୍ତି ଭାଇନା 

ଏଥିପାଇଁ ଯମାତୁମେ ନ କର ଭାବନା

ଭକତ ଭାବରେ ବନ୍ଧା ମୁଁ କଳା ଠାକୁର

ଭକତ ହୃଦରେ ପରା କରିଛି ମୁଁ ଘର

ରଥ ଯାତରା ରେ ଭକ୍ତ ନ ଆସନ୍ତୁ ହେଲେ

ରଥୋପରେ ରହିଥିବି ଆର ବର୍ଷ ଭ ଲେ

ଯିଏ ଯେବେ ଆସୁଥିବେ ନୀଳାଚଳ କ୍ଷେତ୍ରେ

ସିଂହାସନେ ନନ୍ଦିଘୋଷ ଦେଖୁଥିବେ ମୋତେ 

ଭକ୍ତଙ୍କ ପାଇଁ ପରା ମୋହର ଜନମ

ମୋହର ଦର୍ଶନ ଅଟେ ତାହାର କରମ 

ଯିବା ଯିବା ବଡ଼ଦାଣ୍ଡ ତିନୋଟି ରଥରେ

ଆଷାଢ଼ ଶୁକ୍ଳ ଦ୍ୱିତୀୟା ଗୁଣ୍ଡିଚା ମନ୍ଦିରେ

 ମହାମାରୀ ନାଶ ଯିବ ମୋହର ପ୍ରଭାବେ 

ଧୈର୍ଯ୍ୟ ଧର ଜ୍ୟେଷ୍ଠ ଭ୍ରାତା ଅବଶ୍ୟ ଘଟିବେ।



Rate this content
Log in