STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ମାଆ ଲକ୍ଷ୍ମୀ ଗୁରୁବାର

ମାଆ ଲକ୍ଷ୍ମୀ ଗୁରୁବାର

1 min
219


ଧର୍ମମାସ କାର୍ତ୍ତିକର ଅନ୍ତେ ମାର୍ଗଶୀର,

ମାଣବସା ଗୁରୁବାର ନାମରେ ପ୍ରସାର।

ରଜନୀ ପ୍ରବେଶ, ଅଦ୍ୟ, ଆଦ୍ୟ ବୁଧବାର।

ମାର୍ଗଶୀର ମାସ, ମାତା ଲକ୍ଷ୍ମୀଙ୍କ ବିଚାର।

ବଡ଼ସିଂହାର ଶେସେ, ପଡ଼ିଲା ପହୁଡ଼,

ଜଗନ୍ନାଥ ଉଭାହେଲେ, ଡେଇଁ ରତ୍ନବାଡ।

ପ୍ରବେଶିଲେ ଯାଇ ଏବେ ଲକ୍ଷ୍ମୀଙ୍କ ମନ୍ଦିର,

ଚିନ୍ତାମଗ୍ନା ମହାମାୟୀ ପଲଙ୍କ ଉପର।

ପଚାରିଲେ ଶ୍ରୀନିବାସ, କମଳିନୀ ଚାହିଁ,

କାଲିପରା ଗୁରୁବାର ତୁମ୍ଭ ଗସ୍ତ ପାଇଁ!


ବିଷର୍ଣ୍ଣା ବଦନେ ମାତା ବିଷ୍ଣୁ ପାଟ୍ଟରାଣୀ,

ବୋଇଲେ ଲକ୍ଷ୍ମୀପୂଜା ଲୋକେ କରିବେ କି ପାଇଁ !

କା' ଘରେ ନାହିଁ ତ କିଛି ଖାଇବାର ପାଇଁ,

ଭେଣ୍ଡାପୁଅ ଚାଲିଗଲା, ବୁଢ଼ାବାପ ଥାଇ।

କେ' ବା ହରାଇଛି ତାର ଘରର ଘରଣୀ,

କା' ସିନ୍ଥିରୁ ଲିଭିଅଛି, ସିନ୍ଦୂର ଗୋସାଇଁ।

ପିଲାମାନେ ଯଦି ମୋର ଦୁଃଖରେ ରହିବେ,

ମାଆ ବୋଲି ମତେ କିଆଁ ଆଉ ସେ ଡ଼ାକିବେ ?


କମଳା ଗୋ ଜାଣିନ କି ପ୍ରାରବ୍ଧ ର ଧର୍ମ,

ନିଜ କଲା କର୍ମ ମାନେ ହୋନ୍ତି ବଳବାନ।

କର୍ମରୁ ମୁଁ ହରାଇଛି, ମୋ ହସ୍ତ, ଚରଣ,

ଚକ ପରି ଆଖି ମୋର, କଳା ବୋଳା ବଦନ।

ଘର ଘର ବୁଲି ତୁମେ ବୂଝାଇ କହିବ,

କର୍ମ କର, ସର୍ବେ ଭଲ, ସୁଫଳ ପାଇବ।


ଏକାକୀ ମୁଁ ଯିବିନାହିଁ, ଦାଣ୍ଡ କୁ ଏ ସନ,

ମୋ ସାଥିରେ ଯିବ ତୁମେ, କାଳୀୟ ଗଞ୍ଜନ।

ଦୁହେଁ ଯାଇ ଉଦ୍ଧରିବା,ଭକତ ଜନଙ୍କୁ

ଦୁଃଖ ଯିବ ନାଶ ହୋଇ ଆନନ୍ଦ ସଭିଙ୍କୁ।


ତୁମେ ନାରାୟଣୀ ମୋର, ମହାଶକ୍ତି ଅଟ,

ତୁମବିନା ମୁହିଁ କେବେ ନ ହୁଏ ପ୍ରକଟ 

ସଂସାରରେ ନାରୀ ବିନା ପୁରୁଷ ଅଶକ୍ତ,

ଅଟେ ସେହି ଗୃହଲକ୍ଷ୍ମୀ

ଶକ୍ତି ରୁପୀ ତତ୍ତ୍ଵ।

ନାରୀ କୁ ଦୁର୍ଦ୍ଦଶା କେଭେଁ, ନ ଦିଅ ମାନବ

କେବେ ନ ତାରିବ ତୁମ୍ଭେ,

ଜୀବନର ନାବ।

ନାରୀର ସମ୍ମାନ ଅଟେ ମାତାର ସମ୍ମାନ,

ମାଣବସା ଗୁରୁବାର କରେ ଏ ବିଧାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍