STORYMIRROR

Dr Simant Kumar Nanda

Others

3  

Dr Simant Kumar Nanda

Others

ବିନ୍ଦୁ

ବିନ୍ଦୁ

1 min
146


ସବୁକଥା ମୋର ମନେରହୁନି ଆଉ,

ମାନେ ପଡୁନି ମଧ୍ୟ, ମୁଁ ଜାଣୁଛି।

ଆବଶ୍ୟକ ପଡୁନି ଏବେ,କହିବାକୁ ମୋ ନାଁ, କେଉଁଠି କେମିତି।

ଅକ୍ଷର ସହିତ ନାଁର ସମ୍ପର୍କ ନାହିଁ,

କହିଲେ ଚଳେ ।

ଅଛି କିନ୍ତୁ ଅଙ୍କରେ,ଯେମିତି କି,

୭୦ କି ୭୫ ବା ୮୦ ।


ଚାକର, ପିଅନ, ପରିବାବାଲା, ଦୁଧ ବାଲା, କହି ହୁଅନ୍ତି, ବୁଢ଼ା 

ମୋ ବୋହୂମାନେ ବି।

ଚାକରାଣୀ ଡାକେ କିନ୍ତୁ, ବୁଢାବାବୁ

ମୋତେ ଶୁଭୁଛି,ମୋ କାନ ଠିକ୍ ଅଛି,

ଶୁଣିବାକୁ ଏଇସବୁ ଡାକ ବୋଧେ।


ହଁ, ହଁ ମୁଁ ପାରୁଛି, ନିଜ କାମ କରି ନିଜେ ।

ମର୍ଣ୍ଣି‌ୱାକ କରୁଛି ତ,ଟିଭି ବି ଦେଖୁଛି,

ଗମାତ ହଉଛି, ନାତି ସାଥିରେ,

ପେନସନ ଆଣୁଛି ଫି ମାସରେ।


ସ୍ଥିତି, ହେଉଛି ମୋର କ୍ଷୀଣରୁ କ୍ଷୀଣତର,ବଢୁଛି ମୁଁ, ବୁଢ଼ା।

ମୋର ଅବସ୍ଥିତି ଅଛି, ବିସ୍ତୃତି ନାହିଁ।

ସ୍ଥିତି ଅଛି ଅବକ୍ଷୟର।

କ୍ଷୟିତର ଧାରାରେ, ମୋ ଗତିକୁ ଅନେଉଛି ମୁଁ ।


ମିଶିଯିବି କେବେ, କିପରି, ଯେଉଁଥିରେ।

ସେଇ ବିନ୍ଦୁ.....

ସବୁ ସ୍ମୃତି ଆଉ ବିସ୍ମୃତି,

ସ୍ଥିତି, ଉପସ୍ଥିତି ଓ ପରିସ୍ଥିତି

ନିୟନ୍ତ୍ରିତ ଆଉ ନିର୍ଦ୍ଦେଶିତ

କେଉଁ ଏକ ଅଜଣା ଇଙ୍ଗିତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍