STORYMIRROR

Dr Simant Kumar Nanda

Children

3  

Dr Simant Kumar Nanda

Children

ମୋ ବାପା

ମୋ ବାପା

1 min
202

ପରମେଷ୍ଠୀ ବ୍ରହ୍ମା ରଚି ଦେଲେ ପରା 

ବାପା ବୋଲି ଗୋଟେ ଜୀବ 

ଭରଣ ପୋଷଣ ଦାୟିତ୍ଵ ସହିତ 

ପ୍ରେମ ଭରସାର ଭାବ ।


ବାପା ବାପା ବୋଲି କେତେ ମୁଁ ଡାକିଲି 

ବାପାଙ୍କୁ ପାଇଲି ନାହିଁ।

ଜନମ ମରଣ ବିଧିର ବିଧାନେ 

ଗଲେ ମୋତେ ଛାଡ଼ିଦେଇ।


ତୁମେ ଯିବା ପରେ ଦେଖିଛ କି ବାପା 

କିପରି ଅଛି ମୁଁ ଜୀଇଁ ।

ତୁମେ ଥିଲ ମୋର ଶବ୍ଦର ଭଣ୍ଡାର 

ସାଧନା ପଥର ସହି।


ଶକ୍ତିର ସମ୍ରାଟ ତୁମେ ମୋ ପାଇଁ 

ଧୈର୍ଯ୍ୟ ଭରା ବଟବୃକ୍ଷ 

ସେ ଛାୟାରେ ମୁହିଁ ଅଙ୍କୁରିତ ହେଲି 

ଦେଲ ସବୁ ଶାନ୍ତି ସୁଖ।


ମନେ ପଡେ ବାପା ପିଲାବେଳ କଥା 

ରଜଦୋଳି ଖେଳ ପାଇଁ 

କେତେ ସୁବ୍ୟବସ୍ଥା କରୁଥିଲ ତୁମେ 

ଝିଅର ମନକୁ ମୋହି।


ପୁନିଅ ପରବ ଯେତେ ଯାହା ହେଉ 

ନୂଆ ପିନ୍ଧିବାଟା ଥୟ 

ତୁମେ ଥିଲେ ପାଖେ ନ ଲାଗଇ ମୋତେ 

ଟିକେ ବୋଲି କେବେ ଭୟ।


ତୁମେ ମୋର ଭକ୍ତି ତୁମେ ମୋର ମୁକ୍ତି 

ଜୀବନ୍ତ ଦେବତା ତୁମେ 

ତୁମରି ବିହୁନେ ଜୀବନ ନୌକା 

ଟଳମଳ ହୁଏ ଭ୍ରମେ।


ଯେଉଁ ଠାରେ ଥାଅ ଯେମିତି ବି ଥାଅ 

ପ୍ରଣାମ ମୋହର ଘେନ 

ଚାହିଁ ରହିଛି ମୁଁ ତୁମ ଆଶୀର୍ବାଦ 

ପାରିବିନି ସୁଝି ୠଣ।


ଜଗନ୍ନାଥଙ୍କୁ ମୁଁ ଏତିକି ଡାକୁଛି 

ବିନତୀ ଘେନ ମୋହର ।

ବାପାଙ୍କୁ ମୋହର ରଖିବଟି ନେଇ 

ଶ୍ରୀ ଛାମୁ ବେନି ପୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children