STORYMIRROR

Mishra Manasi

Inspirational Children

4  

Mishra Manasi

Inspirational Children

ଦୀପାଳୀର ମାଟି ଦୀପ ମୁଇଁ ଟି

ଦୀପାଳୀର ମାଟି ଦୀପ ମୁଇଁ ଟି

1 min
355


ମୁଠାଏ ଚିକ୍କଣ ଚକଟା ମାଟି

ନାହିଁ ରଙ୍ଗଝୁଲ କଂସା ପିତ୍ତଳ ପୁଟ୍ଟି

ସାଧା ସିଧା ମୁଇଁ ସଳଖ ଗଢଣ

କୁମ୍ଭକାର ଗଢେ ମୋ ଦିହଟି ।1।

ଚକଟି ଚକଟି ମୋ ତନୁ ଗଢେ

ନରମ ନରମ ମାଟି ପିଣ୍ଡୁଳେ

ଭାଟିନିଆଁ ଦେଇ ପୋଡେ କଞ୍ଚା ଦିହ

ଦୀପାଳୀର ମାଟିଦୀପ ମୁଇଁ ଟି।2

ମଙ୍ଗଳ ଆଳତୀ ଦେଵ ଅର୍ଚ୍ଚନା

ବନ୍ଦାପନା ଥାଳୀ ଶୁଭକାମନା

ପୂଜା ବେଦୀ ପରେ ନିତି ଜଳୁଥାଏ

ପ୍ରଭୁଙ୍କର ପାଦ ତଳେ ରହିଟି।3।

ବିଭୁଙ୍କର ମୁହିଁ ମହତ ଦାନ

ଜଳିବା ଅଟଇ ମୋହରି ଧର୍ମ

ନିଜେ ଜଳି ଜଳି ତମସା ଘୁଞ୍ଚାଇ

ରଖିଛି ସର୍ବଦା ମୋର ପଣଟି ।4

ମହାଦୀପ ଉଠେ ଶିବ ମନ୍ଦିରେ

ମହାଦୀପ ଦାନ ପୂଣ୍ୟତୀର୍ଥରେ

ଦୀପାବଳୀ ମାଟିପ୍ରଦୀପ ଜ୍ୟୋତିରେ

ପିତୃଲଭେ ସ୍ୱର୍ଗପୁର ରାହାଟି 

ଦୀପାଳୀର ମାଟି ଦୀପ ମୁଇଁ ଟି ।5।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational