STORYMIRROR

Mishra Manasi

Children

4  

Mishra Manasi

Children

ଵିହଙ୍ଗ ଵିହାର (ଚିଲିକା)

ଵିହଙ୍ଗ ଵିହାର (ଚିଲିକା)

1 min
348

ଶର୍ଵରୀ ଶେଜରେ ଶରତେ ନିଦେ ଚିଲିକା ରାଣୀ

ଶିିଶିର ମୁକୁୁୁତା ପାଦପୁୁ ଝରୁୁୁଥାଏ ଉଜାଣି ।

ଶିିରିଶିରି ଶୀତ ସମୀରେ ହସେ ସୋରିିଷ ଫୁୁଲ

ହରିଦ୍ରା ଵସନେ ଶୋଭିତା ଦିଶେ ଶସ୍ୟ କ୍ଷେତର ।।


ଶୀତ ଥୁରୁଥୁରୁ ସକାଳୁ ନାଵେ ନାଉରୀ ବସେ

ପରିବାର ପ୍ରତି ପୋଷଣେ ମୀନ ଧରିିିବା ଆସେ ।

ଜାତିଜାତି କେତେ ଵିିଦେଶୀ ପକ୍ଷୀ ଶୀତ ଋତୁରେ

ତୁୁୁ୍ନ୍ଦୁରା ଅଞ୍ଚଳୁ ଆସନ୍ତି ପରା ତୋହରି କୋଳେ ।।


ସାତ ସିନ୍ଧୁୁ ତେର ସରିିତ ଵଣ ପାହାଡ ଡେଇଁ

ନୀଳ ନଭ ତଳେ ଆସନ୍ତି ଉଡି ଡେଣା ମେଲେଇ ।

ଘନ ଵରଫରେ ଆଵୃତ ଦୂୂୂର ସାଇଵେରିଆ

ନର୍ଥପୋଲ,ତୁର୍କୀ ,ତିବ୍ବତ,ମଙ୍ଗୋଲିଆ,ଋଷିଆ ।।


ପର ଝାଡି ଝାଡି ସୁଦୂର ପଥ ସଦଳେ ଉଡି

ଖାଦ୍ୟ ଅନ୍ୱେଷଣ କରନ୍ତି ଵସିି ଧାଡ଼ି କି ଧାଡି

ଵିିିହଙ୍ଗ ବିିିହାର ପାଇଁକି ତୁୁହି ପକ୍ଷୀ କାନନ

ନାହିଁ ଭୟଭୀତି ଆଶଙ୍କା ନାହିଁ ଵ୍ୟାଧ ଵନ୍ଧନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children