STORYMIRROR

Dr. Rajib Lochan Panigrahy

Children Stories Inspirational

3  

Dr. Rajib Lochan Panigrahy

Children Stories Inspirational

ଶାରଦୀୟ ନବରାତ୍ରୀ

ଶାରଦୀୟ ନବରାତ୍ରୀ

1 min
116

ଶରତ ଋତୁରେ

ନିର୍ମଳ ଆକାଶ

ଦିଶେ ଧରଣୀ ରାଣୀର

ମେଳା ମଉଛବ

ମୁଣ୍ଡ ଉପରେ 

ଚାନ୍ଦୁଆର ଶୋଭା

ଧଳା ମେଘ ମାଳା

ଦିଶେ ରୁପାର ଫୁଲମାଳା |


ଧରଣୀ ବାନ୍ଧିଛି ଏବେ 

ନୀଳ ଶାଢ଼ୀ ବକ୍ଷେ

ଧାନ ବିଲ ଆଉ

ସାଗୁଆ ରଙ୍ଗର

ଛନ୍ନ ଛନ୍ନ ଗଛମାନ

ସେଥିରେ ଫୁଟିଛି ଏଠି 

ରଙ୍ଗ ବେରଙ୍ଗର ଫୁଲ 

ପୁଣି ଉତଫୁଲ୍ଲ

କାଶତଣ୍ଡୀର ମେଖଳା |


ଶାରଦୀୟ ଅବକାଶେ

ବାସୁଛି ଧରଣୀ ଏବେ 

ଫୁଲଠୁ ଲାଗେ ଅଧିକ

ଧନ ଗଛେ ଧରିଛି ଫୁଲ 

ଠାଏଁ ଠାଏଁ ଧରିଲାଣି କେଣ୍ଡା

ଦୁର୍ଗା ମା ଧରାଧାମେ

ହୋଇଲେଣି ଉଭା

ହୋଇ ଲକ୍ଷ୍ମୀ ରୁପା |


ଆସିବେ ମା ଧରାଧାମେ

ଶାରଦୀୟ ଅବକାଶେ

ଚାଲିଅଛି ନବରାତ୍ରୀ

ରଚାଇବେ ଲୀଳା ଖେଳ

ଦୁଷ୍ଟ ସଂହାରି ସନ୍ଥ ପାଳି

ମେଢ଼ରେ ପାଇବେ ପୂଜା 

ବଜାର ଘାଟରେ ଘରେ

ନଗର ପୁରରେ ଆଉ

ଉତ୍ସବ ମୁଖର ହେବ 

କମ୍ପିବ ଗଗନ ପବନ

ମାଆଙ୍କ ପୂଜାରେ |


ମନରେ ଉଲ୍ଲାସ ସବୁ

ଛୁଆଙ୍କ ଭିତରେ

ବିଦ୍ୟାଳୟ ଛୁଟି ପୁଣି

ନୂଆଁ ଜାମା ହେବ 

କର୍ମଜୀବି ମନ ଏବେ

ହେଉଛି ଉଚ୍ଚାଟ 

ମିଳିବ ବୋନସ ଆଉ

ପୂଜା ଆଡ଼ଭାନ୍ସ

ମୋଟା ଅଙ୍କର 

ନାରୀମାନେ ଖୁସି ଏବେ

କିଣିବେ ନୁଆଁ ଶାଢ଼ୀ

ବୁଲିଯିବେ ସଭିଏଁ ଦଶହରାରେ 

ଦୁର୍ଗା ମେଢ଼ ଦେଖି

କେହି କେହି ବୁଲିଯିବେ 

ମାତୁଳ ଘର  

ଶାରଦୀୟ ଅବକାଶ

ବରଷକେ ଥରେ

ତନ ମନ ଧନ ସବୁ

ଧରାଧାମେ ଭରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍