STORYMIRROR

Dr. Rajib Lochan Panigrahy

Tragedy Classics Inspirational

4  

Dr. Rajib Lochan Panigrahy

Tragedy Classics Inspirational

ଚାଷୀ ଭାଇ ଦିଏ ପାଟିକୁ ଦାନା

ଚାଷୀ ଭାଇ ଦିଏ ପାଟିକୁ ଦାନା

1 min
135


ଚାଷୀ ଭାଇ ଆମ ଭରଇ କଂସା 

ମୁଣ୍ଡ ଝାଳ ମାରି ତୁଣ୍ଡେ କରେ ବେଉସା 

ମାଟି ସାଥେ ହୋଇ ସେ ମାଟି 

ଚାଷ ଵାସ କରେ ନ କରି ପାଟି 

ଖରା ହେଉ ଅବା ବରଷା ଝଡ଼ି 

ବିଲ କାମରେ ସେ ଯାଅଇ ମାଡି 

ଖରା ବରଷାକୁ ନ ଥାଏ ଡର 

ପ୍ରତ୍ୟୁଷ ରୁ ଉଠି କରେ ସେ ହଳ 

ପଖାଳ କି ଅବା ଜାଉ କଂସାଏ 

ଖାଇ ସକାଳୁ ସେ. ବିଲକୁ ଯାଏ 

ଫସଲ ଲଗାଇ କରଇ ବଡ଼ 

ବନ୍ୟା ବାତ୍ୟାକୁ ସେ ନକରେ ଡର 

କାଠ ପଥରେ ଯେମିତି ଦେହ ତା ଗଢ଼ା 

ମଣିଷ ନୁହଁସେ ମୂରତି ପରା 

ନଥାଏ କାହାକୁ ତାହାର ଡର 

କ୍ଷେତରେ ଥିଲେ ତା ଭଲ ଫସଲ 

ବନ୍ୟା ବାତ୍ୟା ମରୁଡି ରୋଗ ପୋକ 

ଫସଲେ ସହଇ କେତେ ଯେ କ୍ଷତି 

ହେଲେ ବି ତାହାର ନଥାଏ ଖାତିର 

ସାକ୍ଷାତ ଭଗବାନ ସେ ଅଟେ ଆମର 

ପେଟକୁ ଅମର ଦିଅଇ ସେ ଦାନା 

ନେହେଲେ ପେଟ ରହିଥାନ୍ତା ଭୋକିଲା 

ଯେତେ ଭଲ ଅମଳ ସେ ଦିଏ ଆମକୁ 

ପୋକରା ମଉଳା ଖାଏ ନିଜ ପେଟକୁ 

ଏବେ ପରିବେଶ ହେଲାଣି ଯାହା 

ଚାଷ ହେବ ଦୁରୂହ ହେଲାଣି ତାହା 

ମୌସୁମୀ ଯେ ଏବେ ଗଲାଣି ହଜି 

ଆସୁଛି ଆସୁଛି ଭାବି ଚାଷୀ ଭାଳୁଛି 

ବରଷା ଜଳକୁ ଚାହେଁ ଚାତକ ପରି

ଇନ୍ଦ୍ରଦେବ ଦିଅନ୍ତିନି ବରଷା ବାରୀ 

ଯାହା ହୁଅଇ ବରଷା ଲଘୁଚାପରୁ 

ସେ ଜଳ ଯାଏ କେଉଁ ରସା ତଳକୁ 

ହେଲେବି ଚାଷୀତା ଲାଗେ କାମରେ 

ତା ପାଈଁ ଆମ ପେଟ ପୁରେ ଆରାମରେ 

ସେ ବାପୁଡ଼ା ସହଇ ଅନେକ କ୍ଷତି 

କଚ୍ଚା ଘରେ ରହି ଭୋଗେ ବହୁ ଦୁର୍ଗତୀ 

ଆମ କଂସା କୁ ସେ ଭରଇ ନିତି 

ତା ଜୀବନ ଏମିତି ଯାଏ ଫସର ଫାଟି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy