STORYMIRROR

Dr. Rajib Lochan Panigrahy

Classics Fantasy Inspirational

4  

Dr. Rajib Lochan Panigrahy

Classics Fantasy Inspirational

ଶ୍ରୀ କୃଷ୍ଣ ଜନ୍ମ

ଶ୍ରୀ କୃଷ୍ଣ ଜନ୍ମ

1 min
16


ଆନନ୍ଦେ ଲୋଟୁଛି ଧରଣୀ 

ଜନ୍ମିବେ ପ୍ରଭୁ ଚକ୍ରପାଣି 

ଦ୍ୱାପର ଯୁଗରେ କୃଷ୍ଣ 

ଅବତାରେ ଧରାରେ 

ଜନମି ଥିଲ ପ୍ରଭୁ 

ମାତା ଦେବକୀ ଗର୍ଭରୁ 

ଦୁରାଚାରୀ କଂସ କବଳୁ 

ରଖିବାକୁ ଜୀବନେ ତୁମକୁ 

ପଠେଇଦେଲେ ନନ୍ଦ ଘରକୁ 

ଯଶୋଦା ମାତାଙ୍କ କୋଳେ 

ପ୍ରଭୁ ଜନମିଲ ଲୋକାଚାରକୁ 

ନନ୍ଦ ସୂତ କଳା କାହ୍ନାଇ 

ବଢ଼ିଲ ଅଲିଅଳ ହୋଇ 

ଖାଇଲ ମାଟି ବୋଲି ମାଆ 

ଦେଲେ ତୁମ କାନ ମୋଡି 

ଦେଖାଇଦେଲ ବ୍ରହ୍ମାଣ୍ଡ 

ଦେଖିଲେ ଯଶୋଦା ମାଈ 

ଅକା ବକା କେତେକଙ୍କୁ 

ମାରି ଉଦ୍ଧାରିଲ ଧରାକୁ 

ଶୈଶବରେ ଗଲ ବନକୁ 

ଧେନୁ ବତ୍ସା ଙ୍କୁ ନେଲ ଚରାଇ 

ବଇଁଶୀ ସ୍ଵନରେ ଜଗତକୁ 

କରିଲ ମୋହନ ମନ୍ତର 

ଗୋପୀଙ୍କୁ ହୃଦୟେ ରଖି 

ବସିଗଲ ଶନ୍ତର୍ପଣରେ ଯାଇ 

ଖାଇଲ ଲବଣୀ ଚୋରାଇ 

କରିଲ କାଳୀୟ ଦଳନ 

ରକ୍ଷୀଲ ନନ୍ଦ ଗ୍ରାମର ଜନ 

ଇନ୍ଦ୍ରଙ୍କ କୋପରୁ ରଖିଲ 

ନନ୍ଦ ଗ୍ରାମକୁ ପାହାଡ଼ ଟେକି 

କରିଲ କେତେ ଲୀଳା ପୁଣି 

ଶତ ସହସ୍ର ଗୋପୀଙ୍କୁ ମନ ଦେଇ 

ରାଧାଙ୍କୁ କରିଲ ଅନ୍ତରଙ୍ଗ ସେଠି 

ହୃଦୟେ ରଖିଲ ଶ୍ରେଷ୍ଠ କରି 

କେତେ ଅସୁରଙ୍କୁ ଦେଲ ମାରି 

ଧରାକୁ ମୁକ୍ତ କଲ ଦୁରାଚାରୀ 

ରୁକୁଣା ରଥରେ ଗଲ ମଥୁରା 

ଚାହିଁଲନାହିଁ ପଛକୁ ଆଉ 

ଗୋପିମାନେ ଗଲେ ବାୟା ହୋଇ 

କଂସ ପଡି ମଲା ତାର ସିଂହାସନରୁ 

ଚକ୍ରପାଣି ହେ ତୁମକୁ ଦେଖି ଦେଇ 

ସାରଥୀ ହୋଇ ଶେଷରେ ନାଶିଲ 

ମାନୀ ଯୋଦ୍ଧା ଓ କୌରବର ଭାଇ 

ଦୁଷ୍ଟ ସଂହାରୀ ସନ୍ଥ ପାଳି ପ୍ରଭୁ 

କରିଥିଲ ଉଶ୍ୱାସ ଧରାକୁ 

ଯେବେ ଯେବେ ଧରାରେ ବଢିଯାଏ 

ଅନ୍ୟାୟ ଅତ୍ୟାଚାର ଦୂରାଚାର

ତୁମେ ହୋଇଛ ଆବିର୍ଭାବ 

ହେ ମାଧବ, ତୁମେ ଚକ୍ରପାଣି 

ତୁମେ ହିଁ ସମୟ ଆବର୍ତ୍ତମାନ 

ତୁମେ ଭୂତ ଭବିଷ୍ୟ ବର୍ତ୍ତମାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics