ଶ୍ରୀ କୃଷ୍ଣ ଜନ୍ମ
ଶ୍ରୀ କୃଷ୍ଣ ଜନ୍ମ
ଆନନ୍ଦେ ଲୋଟୁଛି ଧରଣୀ
ଜନ୍ମିବେ ପ୍ରଭୁ ଚକ୍ରପାଣି
ଦ୍ୱାପର ଯୁଗରେ କୃଷ୍ଣ
ଅବତାରେ ଧରାରେ
ଜନମି ଥିଲ ପ୍ରଭୁ
ମାତା ଦେବକୀ ଗର୍ଭରୁ
ଦୁରାଚାରୀ କଂସ କବଳୁ
ରଖିବାକୁ ଜୀବନେ ତୁମକୁ
ପଠେଇଦେଲେ ନନ୍ଦ ଘରକୁ
ଯଶୋଦା ମାତାଙ୍କ କୋଳେ
ପ୍ରଭୁ ଜନମିଲ ଲୋକାଚାରକୁ
ନନ୍ଦ ସୂତ କଳା କାହ୍ନାଇ
ବଢ଼ିଲ ଅଲିଅଳ ହୋଇ
ଖାଇଲ ମାଟି ବୋଲି ମାଆ
ଦେଲେ ତୁମ କାନ ମୋଡି
ଦେଖାଇଦେଲ ବ୍ରହ୍ମାଣ୍ଡ
ଦେଖିଲେ ଯଶୋଦା ମାଈ
ଅକା ବକା କେତେକଙ୍କୁ
ମାରି ଉଦ୍ଧାରିଲ ଧରାକୁ
ଶୈଶବରେ ଗଲ ବନକୁ
ଧେନୁ ବତ୍ସା ଙ୍କୁ ନେଲ ଚରାଇ
ବଇଁଶୀ ସ୍ଵନରେ ଜଗତକୁ
କରିଲ ମୋହନ ମନ୍ତର
ଗୋପୀଙ୍କୁ ହୃଦୟେ ରଖି
ବସିଗଲ ଶନ୍ତର୍ପଣରେ ଯାଇ
ଖାଇଲ ଲବଣୀ ଚୋରାଇ
କରିଲ କାଳୀୟ ଦଳନ
ରକ୍ଷୀଲ ନନ୍ଦ ଗ୍ରାମର ଜନ
ଇନ୍ଦ୍ରଙ୍କ କୋପରୁ ରଖିଲ
ନନ୍ଦ ଗ୍ରାମକୁ ପାହାଡ଼ ଟେକି
କରିଲ କେତେ ଲୀଳା ପୁଣି
ଶତ ସହସ୍ର ଗୋପୀଙ୍କୁ ମନ ଦେଇ
ରାଧାଙ୍କୁ କରିଲ ଅନ୍ତରଙ୍ଗ ସେଠି
ହୃଦୟେ ରଖିଲ ଶ୍ରେଷ୍ଠ କରି
କେତେ ଅସୁରଙ୍କୁ ଦେଲ ମାରି
ଧରାକୁ ମୁକ୍ତ କଲ ଦୁରାଚାରୀ
ରୁକୁଣା ରଥରେ ଗଲ ମଥୁରା
ଚାହିଁଲନାହିଁ ପଛକୁ ଆଉ
ଗୋପିମାନେ ଗଲେ ବାୟା ହୋଇ
କଂସ ପଡି ମଲା ତାର ସିଂହାସନରୁ
ଚକ୍ରପାଣି ହେ ତୁମକୁ ଦେଖି ଦେଇ
ସାରଥୀ ହୋଇ ଶେଷରେ ନାଶିଲ
ମାନୀ ଯୋଦ୍ଧା ଓ କୌରବର ଭାଇ
ଦୁଷ୍ଟ ସଂହାରୀ ସନ୍ଥ ପାଳି ପ୍ରଭୁ
କରିଥିଲ ଉଶ୍ୱାସ ଧରାକୁ
ଯେବେ ଯେବେ ଧରାରେ ବଢିଯାଏ
ଅନ୍ୟାୟ ଅତ୍ୟାଚାର ଦୂରାଚାର
ତୁମେ ହୋଇଛ ଆବିର୍ଭାବ
ହେ ମାଧବ, ତୁମେ ଚକ୍ରପାଣି
ତୁମେ ହିଁ ସମୟ ଆବର୍ତ୍ତମାନ
ତୁମେ ଭୂତ ଭବିଷ୍ୟ ବର୍ତ୍ତମାନ ।