STORYMIRROR

Pratap Chandra Mishra

Classics

3  

Pratap Chandra Mishra

Classics

ଇଚ୍ଛା

ଇଚ୍ଛା

1 min
222


ଜିଇଁବାକୁ ଯାଇ ବଞ୍ଚିବା ଶିଖିଛି,

ମରି ମରି ପ୍ରତିକ୍ଷଣେ ।


ଜଞ୍ଜାଳ ନାଆଟି ବହି ଯାଉଅଛି ,

ସଂସାର ବୁକୁର ଅଜଣା କେଉଁ କୋଣେ ।


ଜୀବନ ଅଣୁ ଶିରା ପ୍ରଶିରାରେ,

ଖେଳି ଖେଳି ଯେତେ ଯାଏ ,

ଅମୃତ ପିଆଲା ହାତେ ଥାଇ ମଧ୍ୟ ଉଦରସ୍ତ ସେ ନ ହୁଏ।


ଅତୃପ୍ତ ମୋହରେ ବନ୍ଧନ ବାନ୍ଧିଛି,

କାମ,ଲୋଭ,ମିଛ, ମାୟା ସବୁ କିଛି।


ଜିଇଁବାକୁ ଯାଇ ମରି ମରାଉଛି,

ଭାବ ବନ୍ଧନ ଭକ୍ତି ଯେତେ ଯାହା ଅଛି,

ବିକାର ଢେଉରେ ପ୍ରଗଲ୍ଭତା ଚିତ୍ତେ 

ଜଞ୍ଜାଳ ନାଆଟି ବାହିବା ଶିଖିଛି,


ଜିଇଁବାକୁ ଯାଇ ପ୍ରତି କ୍ଷଣେ ମରି ବଞ୍ଚିବା ଟିକେ ଶିଖିଛି..।


ବିଭୁ କୃପା ବଳ ହେଲେ ଟି ପ୍ରବଳ,

ଯାତନା ତାଡନା ଫେଡେ ।


ସେହି ପ୍ରଭୁ ପାଦେ ଥୟ ହେଲେ ମନ,

ଆତ୍ମା ଉତ୍ପୀଡନ ଛିଡେ ।।


କର୍ମ ଇନ୍ଧନରେ ଜ୍ଞାନ ସଳିତା,

ଧକେଇ ଧକେଇ ଜଳୁଛି,

ଜିଇଁ ବାକୁ ଯାଇ ଭକ୍ତି ଆହୁଲାରେ,

ଜଞ୍ଜାଳ ନାଆଟି ବାହୁଛି,

ଜିଇଁ ବାକୁ ଯାଇ ପ୍ରତି କ୍ଷଣେ ମରି ବଞ୍ଚିବା ଟିକେ ଶିଖିଛି..।


ପ୍ରଭୁ ପାଦେ ତଳେ ବନ୍ଧା ଏ ଜୀବନ,

ସବୁ ଲୀଳାମୟଙ୍କ ସ୍ୱଇଛା।


ସେ ପୂଣ୍ୟ ପ୍ଲାବନ ନାମକୁ ସୁମରି,

ପୂର୍ଣ୍ଣ ହେଉ ମୋକ୍ଷ ମନ ବାଞ୍ଛା ।


ଅନ୍ଧାର ଅଜ୍ଞାନ ଦୂରାଇ ଆଗକୁ,

ଯାଉଛି ମନକୁ ମନେ,

ଜିଇଁବାକୁ ଯାଇ ବଞ୍ଚିବା ଶିଖିଛି ମରି ମରି ପ୍ରତି କ୍ଷଣେ....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics