STORYMIRROR

Pratap Chandra Mishra

Inspirational

3  

Pratap Chandra Mishra

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

1 min
183


ମହାଭାରତ ଯୁଗରେ  ଏକଲବ୍ୟ ସ୍ଥିର କରେ

ମନ ନିବେଶି ଧନୁ ବିଦ୍ୟା ଶିଖିବାକୁ ।

ମନେ ମନେ ଗୁରୁ ଖୋଜି ଗୁପତରେ ଦ୍ରୋଣ ପୂଜି

ଇଷ୍ଟ ଇଷ୍ଟି ଅସାଧ୍ୟ ସାଧନ ସାଧ୍ୟକୁ।।

ଦୁରବାପ ହାସଲ ପାଇଁ

ଶସ୍ତ୍ର ନିପୁଣ ହୋଇବ ଇହାକୁ ନେଇ ।।୧।।


ମୁଖ ଶ୍ୱାନ ଦିନେ ଦେଖି ଦ୍ରୋଣ ହୋଇଗଲେ ଦୁଃଖୀ

ମୁହେଁ ତୀକ୍ଷ୍ମ ନାରାଚକୁ କିଏ ଖଞ୍ଜିଛି।

ମୁହ୍ୟମାନ ବୀର କିଏ ନିଦକ ଗମାଗମ ରେ

ବୀର ପୁଙ୍ଗବ ମର୍ତ୍ତ୍ୟରେ ଅଛି।।

ଦ୍ରୋଣ ଅନୁସରଣ କଲେ

ଏକଲବ୍ୟ ଆଖଡାରେ ପହଁଚି ଗଲେ ।।୨ ।।


ମନବାଞ୍ଛା କଲେ ବ୍ୟକ୍ତ ଆର୍ଯ୍ୟ ଶିଷ୍ୟଙ୍କ ସମେତ

ଦୃଣ ଦ୍ରଣା ବିଦ୍ୟା କାହୁଁ ଶିଖିଲୁ ତୁହି।

ମନ କୋହ କଲା ସ୍ପଷ୍ଟ ଏକଲବ୍ୟ ପରିପିଷ୍ଟ

ଛପି ଦୁରେ ତୁମ୍ଭ ଶିକ୍ଷା ଶିଖିଛି ମୁହିଁ।।

ଦ୍ରୋଣାଚାର୍ଯ୍ୟ ମୃଣ୍ମୟ ପୂଜି

ସତ୍ୟ ପ୍ରକାଶିଲା ନିରଂଶ ଶିଷ୍ୟ ଆଜି।।୩।।


ମଥା ନତ ଦ୍ରୋଣ ପାଦେ ନିଦିଧ୍ୟାସେ ଗୁରୁପୂଜେ

ନିର୍ମଞ୍ଚନ କରେ ଅର୍ପି ସୁଗନ୍ଧ ପୁଷ୍ପ ।

ମଞ୍ଜୁର ବିହୀନ ଶିକ୍ଷା କ୍ଷମା ପାଇଁ କରେ ଭିକ୍ଷା।

ନାଧନ ଶିଷ୍ୟ ର ଦେଖି ଗୁରୁ ପ୍ରସନ୍ନ।।

ଶିକ୍ଷା ଦକ୍ଷିଣା ବିନା ବୃଥା

ଗୁରୁ ବାଣୀ ଶିଷ୍ୟ ଶୁଣି ନଇଁଲା ମଥା ।।୪।।


ମନ ବାଞ୍ଛା ପୂର୍ଣ୍ଣ ପାଇଁ ଦ୍ରୋଣ ପାଦ ଶିଷ୍ୟ ଛୁଇଁ

ନିନୀଷ। ଗୁରୁଙ୍କ ଯାହା ଗୁହାରୀ କଲା ।

ମନେ ଇଡ୍ୟ ଦ୍ରୋଣ କୁଟ ଇଡ଼ା ପାଇଁ ଏ ସଙ୍କଟ

ହସ୍ତିନା ପୁର ସୁରକ୍ଷା ଚିନ୍ତା ରେ ଥିଲା ।।

ଅଙ୍ଗୁଷ୍ଠି ଦକ୍ଷିଣ ହସ୍ତର

ନ୍ୟାୟ ବନ୍ତ ଗୁରୁଙ୍କର ହେଲା ମୁକର । ।।୫।।


ମଞ୍ଜ ଚିଜର ମୁଞ୍ଚନ ଗୁରୁଭକ୍ତି ଅରପଣ 

ଅଭିଷ୍ଟ ଗୁରୁପାଦେ କଲା ନିକର୍ତ୍ତନ।

ମନଭରି ଦ୍ରୋଣଙ୍କର ଏକଲବ୍ୟ କହେ ଧୀର

ଇତର ପାଇଁ ଦକ୍ଷିଣା ମାଗିଲେ ନ୍ୟୁନ।।

ତୁଚ୍ଛ ଅଟେ ଏ ମୁଢ଼ ପ୍ରାଣ

ତବ ଇଙ୍ଗିତେ ଜୀବନ କରନ୍ତି ଦାନ।।୬।।


ମର୍ତ୍ତ୍ୟ ରେ ଏ ଆଲୋଡନ ଗୁରୁଭକ୍ତି ନିଦର୍ଶନ

ନମୁନା ଇତିବୃତ୍ତ ଏ ଧରା ଧାମର ।

ପୃଥ୍ବୀ ରେ ମହାନ କାର୍ଯ୍ୟ ଯୁଗେ ଯୁଗେ ଶିଷ୍ୟ ଧୈର୍ଯ୍ୟ

ନାନ୍ତ ଯୁଗ ପାଇଁ ଶିଷ୍ୟ ସ୍ତମ୍ବ ଅମର ।।

ତୃପ୍ତି ରେ ଦେଲେ ବର ଦ୍ରୋଣ

ମହେଷ୍ଵlସ ଏକଲବ୍ୟ ହେଲା ମହାନ ।।୭।।


(ଚୋଖୀ ରାଗ ରେ ଲିଖିତ କବିତା ମୁଖ୍ୟତଃ ମ ଓ ନ ବର୍ଣ୍ଣ ର ବହୁଳ ପ୍ରୟୋଗ କରା ଯିବା ସହ ଯମଜ ଶଦ୍ଧ ବ୍ୟବହାର ହୋଇଛି।)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational