ଦୀପ କହେ
ଦୀପ କହେ
ଦୀପ କହେ ମୋତେ କାହିଁପାଇଁ ତୁମେ
ଏତେ ହୀନିମାନ କର
ଦୀପାବଳୀରେ ମୋ ଆତ୍ମସନ୍ତୋଷକୁ
କାହିଁକି ଛଡାଇ ନିଅ ।
ମାଟି ଦୀପ ମୁହିଁ ସରଳତା ମୋର
ଅଟଇ ଯେ ଆଭୂଷଣ
ତେଲ, ସଳିତା ଯେ ମୋ ସଙ୍ଗରେ ଥିଲେ
ନିଜକୁ ମଣେ ମୁଁ ଧନ୍ୟ ।
ଆମ ଏକତା ରେ ଆଲୋକ ବର୍ଷଇ
ଧରା ହୁଏ ପୁଣ୍ୟତୋୟା
ମାଟି ମାଆ ଦେଖି ସନ୍ତୋଷ ଲଭଇ
ଜୀବନ ଅଟଇ ମାୟା ।
ଜଳି ଜଳି ନିଜେ ଆଲୋକ ଦେବାରେ
ପାଏ ମୁଁ ଆତ୍ମ ସନ୍ତୋଷ
ମୋ ଆତ୍ମ ସନ୍ତୋଷ ଛଡାଇ ନିଅନି
ହେ ମୋର ଶ୍ରେଷ୍ଠ ମନୁଷ୍ୟ ।
ମୋ ଦୀପ ଧୂଆଁରେ ତୁମ ଚାରିପଟ
ପବିତ୍ରମୟ ଯେ ହୁଏ
ପରିବେଷ ପୁଣି ଶୁଦ୍ଧ ପୁତ ରହେ
ପ୍ରଦୂଷଣ ଯେ ନ ହୁଏ ।
ମୁଁ ଜଳୁଥିଲେ ତୁମ ଆଖି ଯଦି
ମୋ ଉପରେ ପଡ଼ିଯାଏ
ମନ ଶାନ୍ତ ରହେ ପବିତ୍ର ଭାବନା
ଆତ୍ମାକୁ ଜାବୁଡି ଧରେ ।
ମୋ ଉପସ୍ଥିତି ଯେ କେବେ କାହା ପଇଁ
ବିପଦ ଡାକି ଆଣେନି
ମୁଁ ଜଳୁଥିଲେ ତନୁ ମନ ପରା
ଶୁଦ୍ଧ ପୁତ୍ତ ଯାଏ ହୋଇ ।
ମୋ ଉପସ୍ଥିତରେ ମନର ବିକାର
ସବୁ ଦୂର ହୋଇଯାଏ
ଉକତି ଭାବନା ଦେହ ମନକୁ ଯେ
ଆଶ୍ଳେଷରେ ଭରିଦିଏ ।
ଦୀପାବଳୀ ଅଟେ ମୋ ଛୋଟ ଜୀବନେ
ପ୍ରୀତି ଆନନ୍ଦର ଧାରା
ଦୀପାବଳୀ ମୋର କ୍ଷୁଦ୍ର ପଥପ୍ରାନ୍ତେ
ସନ୍ତୋଷର ଫୁଲ ଝରା ।
ହେଲେ ଆଜି ମନ ବିଷାଦ ବିଧୁର
ମୋତେ ମୁଁ ଖୋଜି ପାଉନି
କିଏ ଫେରାଇବ ମୋର ସେ ଅତୀତ
ଦିଅବାରେ ମୋତେ କହି ।
ଛାତି ତଳେ ମୋର ଅସରନ୍ତି କୋହ
ଖୋଜୁଛି ହୃତ ଅତୀତ
କରୁଛି ମିନତୀ ଫେରାଇ ଦିଅ ହେ
ମୋର ସେ ଆତ୍ମସନ୍ତୋଷ ।