STORYMIRROR

Sarojini Mishra

Classics

4  

Sarojini Mishra

Classics

ଇଶ୍ଵର

ଇଶ୍ଵର

2 mins
0


ହେ ଇଶ୍ଵର ତୁମେ ଏ ବିଶ୍ଵର ସ୍ରଷ୍ଟା
ସବୁ ତ ତୁମରି ଦାନ
ଗିରି, ପରବତ, ସୁନ୍ଦର ଝରଣା
ପଥପ୍ରାନ୍ତ ଅବା ବନ ।


ହେ ଇଶ୍ୱର ତୁମେ ଜୀବ ଜଗତକୁ
ଦେଇଛ ବଂଚିବା ରାହା
ଧରା ବୁକୁ ପରା ସୌନ୍ଦର୍ଯ୍ୟ ମଣ୍ଡିତ
ମିଳେ ଆନନ୍ଦ ପୁଆରା ।


ହେ ଇଶ୍ୱର ତୁମେ ଦିଗନ୍ତ ବିସ୍ତାରୀ
ନଉ ଦିଗନ୍ତର ସ୍ରଷ୍ଟା
ମାଟିରୁ ଆକାଶ ଏ ସୌର ମଣ୍ଡଳ
ତୁମରି ହାତର ଲେଖା ।


ହେ ଇଶ୍ୱର ତୁମେ ନଶ୍ୱର ଶରୀରେ
ବିବେକର ଗୁରୁ ମନ୍ତ୍ର
ଚେତନା ରାଜ୍ୟର ସ୍ଵର୍ଣ୍ଣାଭ କିରଣ
ତୁମେ ଜୀବନର ସୂତ୍ର ।


ହେ ଇଶ୍ଵର ତୁମେ ସୃଷ୍ଟି, ସ୍ଥିତି, ଲୟ
ତୁମେ ପ୍ରଳୟ ଝଙ୍କାର
ତୁମେ ଭାବମୟ ଭାବର ମନ୍ଦିରେ
ତୁମେ ଯେ ଦିବ୍ୟ ଓଁ କାର ।


ହେ ଇଶ୍ଵର ତୁମେ ଦେବାଳୟେ
ପବିତ୍ର ବେଦର ସ୍ଵର
ତୁମ ଅନୁଭବେ ଏ ମର ଶରୀରେ
ଶୁଭେ ନିର୍ବାଣ ଝଙ୍କାର ।


ହେ ଇଶ୍ଵର ତୁମେ ଆବେଗ ରଥରେ
ଦିଗ୍ ଦ୍ରଷ୍ଟା ସାରଥୀ କୃଷ୍ଣ
ଜୀବନକୁ ଦିଅ ପରମ ସନ୍ଦେଶ
ତୁମେ ଅଟ ଗୀତା ଜ୍ଞାନ I


ହେ ଇଶ୍ଵର ତୁମେ କ୍ଳେଶ ହାରୀ ପୁଣି
ପାପ ବିମୋଚ଼ନ ସେତୁ
ଭକତ ଭାବରେ ବନ୍ଧିତ ସଦା
ଜୀବନକୁ ଦିଅ ହେତୁ ।


ହେ ଇଶ୍ୱର ତୁମେ ସର୍ବବ୍ୟାପି ସତ୍ତା
ପ୍ରତ୍ୟୁଷ ଆଦ୍ୟ କିରଣ
ପ୍ରଦୋଷ ସଂଧ୍ୟାର ଲାଲିମାରେ ଲେଖା
ତୁମ କଳାକୃତି ଗୁଣ ।


ହେ ଇଶ୍ଵର ତୁମେ ସୀମା ହୀନ ସ୍ରୋତ
ଦିଗ୍ ବଳୟ ଚାରୁ ଚିତ୍ର
ତୁମେ କଳାକାର ଏ ଜଗତ ପରା
ତୁମେ ଜଗତର ମିତ୍ର ।


ହେ ଇଶ୍ଵର ତୁମେ ସୃଜନୀ ଧାରାରେ
ଶବ୍ଦ ବ୍ରହ୍ମ ସନାତନ
ମନ ମାନସର କଳ୍ପନା ରାଜ୍ୟରେ
ତୁମେ ଅମୃତ ଲେଖନ ।


ହେ ଇଶ୍ଵର ତୁମେ ଗର୍ବ ଗଡ଼େ ରଚ଼
ପ୍ରୀତିର ଦିବ୍ୟ ମନ୍ଦିର
ତୁମରି ସ୍ପର୍ଶରେ ଏ ଦୁନିଆ ପରା
ସବୁଜ ଚିର ସୁନ୍ଦର ।


ହେ ଇଶ୍ଵର ତୁମେ ପୁଣ୍ୟ ସନାତନ
ଦିବ୍ୟତାରେ ଶ୍ରୀମଣ୍ଡିତ
ଦିବ୍ୟ ଜୀବନର ଆଧାର ତୁମେ ହେ
ତୁମେ ଜୀବନ ଅମୃତ ।


ହେ ଇଶ୍ଵର ତୁମ ମହିମା ପ୍ରକଟ
ତୁମ ସୃଷ୍ଟି ତୁମେ ରଖ
ଏ ବିଶ୍ଵଭୁବନ ମଧୁମୟ ହେଉ
ରହୁ ପ୍ରଭୁ ତୁମ ଟେକ ।


Rate this content
Log in

Similar oriya poem from Classics