STORYMIRROR

Sarojini Mishra

Classics

4  

Sarojini Mishra

Classics

କୁହ ହେ ଭକତେ

କୁହ ହେ ଭକତେ

1 min
1

କେଉଁ ଭାବେ ଡାକି ଥିଲ ହେ ଭକତେ
ମୋତେ ଟିକେ କହିବକି
କାଳିଆ ସୁନାର ମନ ଜିଣା ଗୁଣ
ମୋତେ ଶିଖାଇ ଦେବ କି ?

କେଉଁ ପୂଜାରେ ବା ପୂଜିଲ ହେ ଭକ୍ତେ
ତା ପାଖ ଲୋକ ହୋଇଲ
କାଳିଆ ସୁନାର ହେଲ ଗଣ୍ଠିଧନ
ଜୀବନ ଧନ୍ୟ କରିଲ ?

କେଉଁ ଅର୍ଘ୍ୟ ଅବା ଅର୍ପଣ କରିଲ
କେମିତି ଦୀପ ଜାଳିଲ
କି ନୈବେଦ୍ୟ ଦେଇ ସନ୍ତୁଷ୍ଟ କରିଲ
କିବା ଭାବେ ଭାସୁ ଥିଲ ?

ଶୁଣିଛି କାଳିଆ ପୂଜା ଅର୍ଘ୍ୟ ଅବା
ନଇବେଦ୍ୟ ଚ଼ାହେଁ ନାହିଁ
ସତ କୁହ ଭକ୍ତେ ଭାବେ କି କାଳିଆ
ବିଭୋର ଯେ ହେଉ ଥାଇ ।

ହାତ ଯୋଡ଼ି ଆଜି ପଚ଼ାରୁଚି ଭକ୍ତେ
ମୋତେ ଯେ ପରଖି ନିଅ
ମୋ ଭାବେ କେଉଁଠି ଉଣା ରହିଅଛି
ଟିକିଏ ବତାଇ ଦିଅ ।

ନାହିଁ ମୋହ ପାଖେ ଧନ ଦଉଲତ
ନାହିଁ ହେ ଭକତିର ଧାରା
ଭବ ସାଗରରେ ଭାସୁଚି ଭକତେ
ଦିଅ ହେ ଟିକେ ଇସାରା ।

କାଳିଆର ହସ ମନ ମୋହୁଅଛି
ଛଟପଟ ହୁଏ ମନ
ହେଲେ ସେ ଆସୁନି ଦେଖା ବି ଦେଉନି
ଲୁହରେ ଭିଜେ ନୟନ ।

ଥରୁଟିଏ ଦେଖା ଦେବାକୁ କୁହ ହେ
ଜୀବନ ମୋ ଧନ୍ୟ ହେଉ
ତାର ଦରଶନେ ନୟନ ଯୁଗଳ
ପବିତ୍ର ଯେ ହୋଇ ଯାଉ ।


Rate this content
Log in

Similar oriya poem from Classics