Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sagar Kumar Parida

Classics

4.5  

Sagar Kumar Parida

Classics

ମହାନ ଧନୁର୍ଦ୍ଧର କର୍ଣ୍ଣ

ମହାନ ଧନୁର୍ଦ୍ଧର କର୍ଣ୍ଣ

1 min
629


ଅଙ୍ଗରାଜ କର୍ଣ୍ଣ ବଳିଷ୍ଠ

ମହାନ ଧନୁର୍ଦ୍ଧର,

ସତ୍ୟସନ୍ଧ,ଦାନୀ ପଣରେ

ବିଖ୍ୟାତ ତିନିପୁର ।


ବାଲ୍ୟକାଳୁ ସିଏ ଚାଖିନି

ପିତାମାତା ମମତା,

ଘୋର ଅପମାନ ଜୀବନ

ସାରା ଚୁମ୍ବିଛି ମଥା ।


ନିଜ ଲକ୍ଷ୍ୟ ପଥୁ ବିଚ୍ୟୁତି 

ପ୍ରତିକୁଳେ ନ ହୋଇ,

ମହାରଥୀ ବାନା ମହାଭାରତେ

ଥିଲା ଉଡାଇ ।


କୋଟିଏ କନ୍ଦର୍ପ ଯା'ରୂପସମ

ନୋହିବେ ସରି,

ଲକ୍ଷ ଲକ୍ଷ ରାଜା ରଣରେ

ଯାନ୍ତି ଯା' ପାଶେ ହାରି ।


ଅକ୍ଷୟକବଚ ବକ୍ଷରେ

ଯାହାର ବିରାଜିତ,

ଅମୃତ କୁଣ୍ଡଳ କର୍ଣ୍ଣକୁ

ଯା'ର କରେ ଶୋଭିତ ।


ହରି,ହର ରକ୍ଷା କରିଲା

ମାରି କଳ୍ପ ଅସୁର

ନୀଳବାଣ ଭୁଜବାଣଟି

ଯା'ର ଅମୋଘ ଶର ।


କୃଷ୍ଣ,ଅର୍ଜୁନ ଡରୁଥିଲେ

ଯା'କୁ ଭାରତ ରଣେ

ନିନ୍ଦିଘୋଷ ରଥ ଘୁଞ୍ଜାଇ

ଦେଲା ବିକ୍ରମ ପଣେ ।


ପାଣ୍ଡଵଙ୍କୁ ନିଜ ସୋଦର ଜାଣି

ବଞ୍ଚାଇ ଦେଲା,

ଗୁରୁ ଅଭିଶାପେ ମରଣ

କୋଳ ମଣ୍ଡନ କଲା ।


ଭାରତେ ଭାରବୀ ମଲ୍ଲର

ମହା ମାନ୍ୟତା ପାଇ 

କାଳ କାଳ ପାଇଁ ଯାହାର କୀର୍ତ୍ତି

ବିଶ୍ୱ ଘୋଷଇ ।


Rate this content
Log in