Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Pati

Classics

4  

Bhagirathi Pati

Classics

ତ୍ରିରଙ୍ଗା

ତ୍ରିରଙ୍ଗା

1 min
270



ତିନୋଟି ରଙ୍ଗରେ ଉଡେ ଫରଫର

ଏ ଦେଶ ର ପ୍ରତିନିଧି,

ତିନୋଟି ରଙ୍ଗ ର ପ୍ରତୀକ ସୂଚାଏ

ତ୍ରିରଙ୍ଗା ନାମ ରହିଛି ।


ଉଣେଇଶ ସତ୍ ଚାଳିଶି ଜୁଲାଇ ବାଇଶି 

ପ୍ରସ୍ତୁତ ହୋଇଲା ଜାଣ ,

ପିଙ୍ଗଳ ଭେଙ୍କୟା ଦ୍ବାରା ହୋଇ ଥିଲା

ନିର୍ଦ୍ଧିଷ୍ଟ ଶୈଳୀ ରେ ନିର୍ମିତ।


ଉପରେ କେଶରୀ ଦେଶ ବାସୀଙ୍କର

ସାହାସ ବୀରତ୍ବ ସୂଚାଇ ଥାଏ,

ସତ୍ୟ ଶାନ୍ତି ର ଧଳା ରଙ୍ଗ ଅଟେ

ସବୁଜ ରଙ୍ଗ ଟି ଭାତୃତ୍ବ ବହନ କରେ।


ଅଶୋକ ଚକ୍ର ଟି ଦେଶ ର ପ୍ରଗତି

ତା ଠାରୁ ପ୍ରେରଣା ମିଳେ,

ନାଗରୀକଙ୍କୁ ଦେଶ ଭକ୍ତି ର

ମହାନ୍ ବାରତା ଦିଏ।


ଜାତି ଧର୍ମ ବର୍ଣ୍ଣ ସଭିଏଁ ସମାନ

ଫୁଲ ଗୁନ୍ଥା ମାଳ ପରି,

ସେନେହ ସୂତା ରେ ମମତା ଫୁଲ କୁ

ଭକତି ଆଞ୍ଜୁଳା କରି।


ସ୍ଵାଧୀନତା ର ସତସ୍ତରି ବର୍ଷ

ଆମର ସୈ‌।ଭାଗ୍ଯ ଆସିଛି,

ଜାତୀୟ ସଂଗୀତ ଗାଇ ତାର ପାଖେ

ତ୍ରିରଙ୍ଗା ଯେ ଉଡୁଅଛି ।

ତ୍ରିରଙ୍ଗା ଯେ ଉଡ଼ୁଅଛି ।


Rate this content
Log in

Similar oriya poem from Classics